ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରେ “ମରଜାୱାଁ’ !

ଫ୍ରାଇଡେ ରିଲିଜରେ ଗତକାଲି ଦୁଇଟି ଭିନ୍ନ ସ୍ୱାଦର ସିନେମା ରିଲିଜ ହୋଇଥିଲା । ଗୋଟେ ପଟେ ଆକ୍ସନ ରୋମାଣ୍ଟିକ ଫିଲ୍ମ ମରଜାୱାଁ । ରହିଥିବାବେଳେ ଅନ୍ୟପଟେ କମେଡି ଡ୍ରାମା କାହାଣୀକୁ ନେଇ ଆସିଛି ମାତିଚୁର ଚକନାଚୁର । ତେବେ ମରଜାୱାଁକୁ ଦର୍ଶକ ଅଧିକ ପସନ୍ଦ କରୁଥିବାର ଦେଖିବାକୁ ମିଳିଛି । କାରଣ ବକ୍ସ ଅଫିସ ଅଫ ଇଣ୍ଡିଆର ରିପୋର୍ଟ ଅନୁସରେ ରିଲିଜର ପ୍ରଥମ ଦିନ ଫିଲ୍ମଟି ୭ କୋଟି ଟଙ୍କା ଆୟ କରିଛି । ଏହି ଆକ୍ସନ ରୋମାଣ୍ଟିକ ଫିଲ୍ମରେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ଆକ୍ସନ ଅବତାର ଦେଖିବାକୁ ମିଳିଛି । ନାୟିକା ତାରା ସତାରିଆ ଓ ଅଭିନେତା ସିଦ୍ଧାର୍ଥଙ୍କ ଲଭ୍‌, ରୋମାନ୍ସ ଓ ଟ୍ରାଜେଡିକୁ ମୁଖ୍ୟତଃ ଭାବେ ସ୍ଥାନ ଦିଆଯାଇଛି । ସିଦ୍ଧାର୍ଥ ଓରଫ ରଘୁଙ୍କ ଜୀବନରେ ତାରା ମାନେ ଜୋୟା ଆସିବା ପରେ କିଭଳି ତାଙ୍କ ଜୀବନରେ ନୂଆ ମୋଡ ଆସେ ଏହାକୁ ନେଇ ପ୍ରସ୍ତୁତ ହୋଇଛି ଫିଲ୍ମ ।
ଏହି ରୋମାଂଟିକ-ଡ୍ରାମା ଫିଲ୍ମରେ ଅଭିନେତା ରିତେଶ ଦେଶମୁଖଙ୍କୁ ଖଳନାୟକ ଭାବେ ଦେଖିବାକୁ ମିଳିଛି । ଅଭିନେତ୍ରୀ ରକୁଲପ୍ରୀତଙ୍କୁ ଏକ ପ୍ରମୁଖ ଭୂମିକାରେ ଅଭିନୟ ରହିଛି । ଟି-ସିରିଜ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ମିଲାପ୍ ଜାଭେରି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ