ମୁମ୍ବାଇ: ବକ୍ସ ଅଫିସରେ ସୁପର୍ହିଟ୍ ହେବାରେ ଲାଗିଛି ଭଲ ପ୍ରଦର୍ଶନ କରୁଛି ଅନନ୍ୟା ପାଣ୍ଡେଙ୍କ ଫିଲ୍ମ ‘ପତି ପତ୍ନୀ ଔର୍ ୱ’। କାର୍ତ୍ତିକ ଆର୍ଯ୍ୟନ, ଭୂମି ପେଡ୍ନେକରଙ୍କ ଭୂମିକାକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି । ଅର୍ଜୁନ କପୁରଙ୍କ ଫିଲ୍ମ ‘ପାନିପଥ’କୁ ପଛରେ ପକାଇ ଏହି ଫିଲ୍ମଟି ପ୍ରଥମ ଦିନରେ ୯.୧୦ କୋଟି ଟଙ୍କା ଆୟ କରିଛି। ଏହି ଦୁଇଟିଯାକ ଫିଲ୍ମ ଏକା ସାଙ୍ଗରେ ରିଲିଜ୍ ହୋଇଥିଲା। ୧୯୭୮ ମସିହାରେ ରିଲିଜ୍ ହେଇଥିବା ସଞ୍ଜୀବ କପୁର, ବିଦ୍ୟା ସିହ୍ନା, ରଞ୍ଜିତା, ଋଷି କପୁର, ନିତୁ ସିଂହ ଓ ପରବିନ ବାବିଙ୍କ ଅଭିନୀତ ଫିଲ୍ମ ‘ପତି ପତ୍ନୀ ଔର୍ ୱ’ର ଏହା ରିମେକ୍ ଭର୍ସନ। ଫିଲ୍ମରେ ମନୋରଞ୍ଜନର ପୂରା ତଡ଼୍କା ଦେବାକୁ ଚେଷ୍ଟା କରାଯାଇଛି। କାର୍ତ୍ତିକ ଆର୍ଯ୍ୟନ, ଭୂମି ପେଡ୍ନେକର୍, ଅନନ୍ୟା ପାଣ୍ଡେଙ୍କ ସହିତ ଅପାର ଶକ୍ତି ଖୁରାନା ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି।