‘ବଘିରା’ର ଫାଷ୍ଟ ଲୁକ୍‌ରେ ହୃଦୟ ଚୋରିକଲେ ପ୍ରଭୁଦେବା

ଦକ୍ଷିଣ ଭାରତୀୟ ସିନମୋ ସହିତ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ମଧ୍ୟ ପ୍ରଭୁଦେବା ଏକ ବଡ଼ ନାମ। ଡ୍ୟାନ୍ସ ସହିତ ନାଁ କମାଇଥିବା ପ୍ରଭୁଦେବା ପରେ ଅଭିନୟ ଓ ନିର୍ଦେଶନା କ୍ଷେତ୍ରରେ ମଧ୍ୟ ଖୁବ୍‌ ଚମକିବାରେ ଲାଗିଛନ୍ତି। ଏବେ ପ୍ରଭୁଦେବା ଆଉ ଏକ ଦକ୍ଷିଣ ଭାରତୀୟ ସିନେମାରେ କାମ କରିବାକୁ ଯାଉଛନ୍ତି। ଏହାର ପୋଷ୍ଟର ଜାରି ହୋଇଛି। ଏହି ପୋଷ୍ଟର ଦେଖିବା ପରେ ପ୍ରଭୁଦେବାଙ୍କ ପ୍ରଶଂସକମାନେ ଦିୱାନା ହୋଇଯାଇଛନ୍ତି। ପ୍ରଭୁଦେବାଙ୍କ ଏହି ୫୫ତମ ସିନେମା ‘ବଘିରା’ ଏକ ମିଷ୍ଟ୍ରି ଥ୍ରିଲର ଅଟେ।
ଏହି ଫିଲ୍ମର ନିର୍ଦେଶନା ଅଧିକ ରବିଚନ୍ଦ୍ରନ ଦେଉଛନ୍ତି। ‘ବଘିରା’ ଫିଲ୍ମର ପ୍ରେରଣା ତାଙ୍କୁ ‘ଜଙ୍ଗଲ ବୁକ୍‌’ରୁ ମିଳିଥିଲା। ଅଧିକ କହିଛନ୍ତି ଯେ ପ୍ରଭୁଦେବା ଡ୍ୟାନ୍ସ ଓ କମେଡ଼ି ବହୁତ କରିଛନ୍ତି ସତ, କିନ୍ତୁ ଏହି ଚରିତ୍ର ସବୁଠାରୁ ନିଆରା ଅଟେ। ଏହି ମିଷ୍ଟ୍ରି ଥ୍ରିଲର ପାଇଁ ପ୍ରଭୁଦେବାଙ୍କ ସାମ୍ନାରେ ଅନେକଗୁଡ଼ିଏ ଚ୍ୟାଲେଞ୍ଜ ରହିଛି। ରବିଚନ୍ଦ୍ରନଙ୍କ କହିବାନୁସାରେ ଏହି ଫିଲ୍ମର ପାଖାପାଖି ୭୦ ପ୍ରତିଶତ ଶୁଟିଂ ହୋଇସାରିଛି। ଫେବ୍ରୁଆରୀ ଶେଷ ଆଡ଼କୁ ଏହି ଫିଲ୍ମର ଆଗାମୀ ଶିଡ୍ୟୁଲ ଶୁଟିଂ ପୂରା କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ପ୍ରଭୁଦେବା ଶେଷଥର ପାଇଁ ବଲିଉଡ୍‌ରେ ‘ଷ୍ଟ୍ରୀଟ୍‌ ଡ୍ୟାନ୍ସର ଥ୍ରି ଡି’ରେ ନଜର ଆସିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ