ବଙ୍ଗଳାଦେଶୀ ପ୍ରସଙ୍ଗରେ ବିଜେପୀ କୁମ୍ଭୀର କାନ୍ଦଣା ବନ୍ଦ କରୁ : ସିପିଆଇଏମ୍
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍) : ନାଗରିକତା ସଂଶୋଧିତ ଆଇନ୍ ୨୦୧୯ (ଉଇଇ) କୁ ନେଇ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା, ରାଜନଗର ଓ ପଟ୍ଟାମୁଣ୍ଡାଇ ଅଂଚଳରେ ବସବାସ କରୁଥିବା ବଙ୍ଗଳାଦେଶୀମାନଙ୍କ ପାଇଁ ବିଜେପି ହୀନ ରାଜନୀତି ଆରମ୍ଭ କରିଦେଇଛି । ବର୍ଷ ବର୍ଷ ଧରି କେନ୍ଦ୍ରାପଡା ଜିଲ୍ଲାରେ ବସବାସ କରୁଥିବା ବଙ୍ଗଳାଭାଷୀ ଲୋକଙ୍କୁ ହଟେଇବା ପାଇଁ ଅନବରତ ଆନ୍ଦୋଳନ ଚଳାଇ ରଖିଥିବା ଭାରତୀୟ ଜନତା ପାର୍ଟି, ସଂଘ ପରିବାର ଓ ତାର ଛାତ୍ର ସଂଗଠନ ଏବିଭିପି ଏବେ ବଙ୍ଗଳାଭାଷୀ ଲୋକଙ୍କ ପାଇଁ କୁମ୍ଭୀର କାନ୍ଦଣା ଆରମ୍ଭ କରିଦେଇଛି ବୋଲି ସି.ପି.ଆଇ.(ଏମ.) ପକ୍ଷରୁ ଜିଲ୍ଲା ସମ୍ପାଦକ ଗୟାଧର ଧଳ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି ଗତ ୨୦୦୩ମସିହା ଅପ୍ରେଲମାସ ୧୫ତାରିଖରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଦ୍ୱାରା ପ୍ରକାଶିତ ଓ ଓଡିଶା ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ଜିଲ୍ଲାର ଏହି ତିନୋଟି ବ୍ଲକର ବସବାସ କରୁଥିବା ୧୬୪୯ ବ୍ୟକ୍ତିଙ୍କୁ ବଙ୍ଗଳାଦେଶୀ ଅନୁପ୍ରବେଶକାରୀଭାବେ ତାଲିକା ପ୍ରକାଶ ପାଇଥିଲା । ଏହି ତାଲିକା ନେଇ ସେତେବେଳେ ରାଜ୍ୟ ତଥା ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ଏହି ତାଲିକାରେ ୨୨ ଜଣ ମୃତବ୍ୟକ୍ତି, ୧୮ ଜଣ ଓଡିଆ ଲୋକ ଓ ୧୩ ଜଣ ଦୁଇ ମାସର ଶିଶୁଙ୍କ ନାମ ମ୍ମ ଅନ୍ତର୍ଭୁକ୍ତ ହୋଇଥିଲା । ଏହାବାଦ୍ ବଙ୍ଗଳାଦେଶର କେଉଁ ଜିଲ୍ଲାରୁ କିଏ ଆସିଛନ୍ତି ତାହା ମ୍ମ ଏ ତାଲିକାରେ ଦର୍ଶାଯାଇଛି । ଯାହାକି ଅସତ୍ୟ, କପୋଳ କଳ୍ପିତ, କାନକୁହା କଥା, ପ୍ରୀୟାପ୍ରିତି ତୋଷଣ ଓ ଅର୍ଥ ତୋଷରପାତର ପ୍ରମାଣ ଦେଉଛି । ଏଥିପାଇଁ କୈାଣସି ଗ୍ରାମସଭା ହୋଇନଥିଲା । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ସେତେବେଳେ ସିପିଆଇ(ଏମ୍) ଓ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଏହି ତାଲିକାକୁ ପ୍ରତ୍ୟାହାର ପାଇଁ ବ୍ୟାପକ ଆନ୍ଦୋଳନ କରାଯାଇଥିଲା ଓ ସିପିଆଇ(ଏମ୍)ର ଏକ ୫ ଜଣିଆ ପ୍ରତିନିଧି ଦଳ ଲୋକସଭାର ନେତା ବାସୁଦେବ ଆଚାର୍ଯ୍ୟା ଓ ସେତେବେଳକାର ରାଜ୍ୟ ସଂପାଦକ ଜନାର୍ଦ୍ଦନ ପତିଙ୍କ ନେତୃତ୍ୱରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଭେଟି ଅବଗତ କରାଗଲାପରେ ଘଟଣାର ବାସ୍ତବତାକୁ ଉପଲବ୍ଧି କରି ତାହାକୁ ପ୍ରଧାନମନ୍ତ୍ରୀ ସ୍ଥଗିତ ରଖିଥିଲେ । କିନ୍ତୁ ଭାରତୀୟ ଜନତା ପାର୍ଟି ଓ ତାର ଛାତ୍ର ସଂଗଠନ ଏହି ତାଲିକାକୁ କାର୍ଯ୍ୟକାରୀ କରିବା ପାଇଁ ବ୍ୟାପକ ଆନ୍ଦୋଳନ କରିଥିଲା । ପ୍ରକାଶ ଥାଉକି ଏହି ତାଲିକାରେ ଜଣେ ବି ମୁସଲମାନ୍ ଲୋକର ନାମ ନଥିଲାବେଳେ କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ତଥା ବିଜେପି ନେତା ‘ଗନ ସିଂ କୋଲସ୍ତେଙ୍କ ମହାକାଳପଡା ଗସ୍ତ ଶସ୍ତା ରାଜନୀତି ବ୍ୟତୀତ ଅନ୍ୟ କିଛି ନୁହେଁ । ଲୋକଙ୍କୁ ଧର୍ମୀୟ ଆଧାରରେ ଧୁର୍ବୀକରଣ ପାଇଁ ଏହି ଯୋଜନା ଓ “କେବେ ନୁହେଁ ମାଇଁ ଗହ୍ମା ପୁନେଇରେ ମାଇଁ ମାଇଁ, “ପିଠା ଫଡାକ ପାଇଁ” ଉଦ୍ଦେଶ୍ୟକୁ କେନ୍ଦ୍ରାପଡା ଜିଲ୍ଲାବାସୀ ପ୍ରତ୍ୟାଖାନ କରିବେ ଓ ସ‘ଳ ହେବାକୁ ଦେବେନାହିଁ । ଏ ସଂପର୍କରେ ଖୋଲା ବିତର୍କ ପାଇଁ ଆମ୍ଭେ ଆହ୍ୱାନ କରୁଛୁ ଓ ଲୋକଙ୍କୁ ଭୁଆଁ ବୁଲାଇବା ଚଳିବ ନାହିଁ ବୋଲି ସି.ପି.ଆଇ.(ଏମ)ର ଜିଲ୍ଲା ସମ୍ପାଦକ ଶ୍ରୀ ଧଳ ଏକ ପ୍ରେସ ବିବୃତିରେ କହିଛନ୍ତି ।