ବଙ୍ଗାଡୁଙ୍ଗୁରୀ ଜଙ୍ଗଲରୁ ଗଳିତ ଶବ ଉଦ୍ଧାର

ରାଇରଙ୍ଗପୁର- ମୟୁରଭଞ୍ଜ ଜିଲ୍ଲା ତିରିଂ’ଥାନା ଅନ୍ତର୍ଗତ ହେରୋଗୋଡା ଗ୍ରାମ ନିକଟସ୍ଥ ବଙ୍ଗା ଡୁଙ୍ଗରୀ ପଥର ହୁଡି ଝାଡ ଜଙ୍ଗଲ ମଧ୍ୟରୁ ଏକ ଗଳିତ ମୃତ ଦେହ ଉଦ୍ଧାର ହୋଇଛି। ସୂଚନା ଅନୁସାରେ ହେରୋଗୋଡା ଗ୍ରାମର ମହିଳା ମାନେ ସୋମବାର ସକାଳ ପ୍ରାୟ ୧୦ଟା ପାଖାପାଖି ସମୟରେ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିବାବେଳେ ଉତ୍କଟ ଗନ୍ଧ ହୋଇଥିଲା । ପରେ ମହିଳାମାନେ ଗଳିତ ମୃତଦେହ ଦେଖି ଭୟରେ ଗ୍ରାମକୁ ଫେରିଥିଲେ। ଘଟଣା ବିଷୟରେ ଖବର ପାଇ ତିରିଂ’ଥାନା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତକଙ୍କ ପରିଚୟ ପ୍ରଥମେ ମିଳିପାରି ନଥିଲାବେଳେ ପରେ ଏହା ଇନ୍ଦଖୋଳି ଗ୍ରାମର ଲାଲମୋହନ ମୁଣ୍ଡା’ଙ୍କ ପୁଅ ଇନ୍ଦ୍ରଜିତ ମୁଣ୍ଡା(୩୨) ବୋଲି ଜଣାପଡିଥିଲା। ପରିବାର ଲୋକଙ୍କ ଅନୁସାରେ ସେ ମାନସିକ ବିକୃତ ଥିବା କହିଥିଲେ। ଭାରପ୍ରାପ୍ତ ତିରିଂ’ଥାନା ଅଧିକାରୀଣୀ ହୀରାଫେଣା ହାଁସଦାଃ,ଝରାଡିହି ଫାଣ୍ଡି ଅଧିକାରୀ ସତ୍ୟବାନ ଗିରି,ତିରିଂ ଥାନା ଓଆଇସି ପ୍ରମୁଖ ଘଟଣାସ୍ଥଳକୁ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।ମୃତ ଦେହଟି ଏକ ନିମ୍ବ ଗଛ ମୂଳରେ ପଡିଥିବାବେଳେ ଗଛ ଡାଳରେ ଏକ ଗାମୁଛା ଝୁଲିଥିବାରୁ ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ଆତ୍ମହତ୍ୟା ଜନିତ ଘଟଣା ବୋଲି ଜଣାପଡୁଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି ତିରିଂ ଥାନା ଅଧିକାରୀ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ