ବଙ୍ଗାରି ଗ୍ରାମରେ ବୃଷଭ ପ୍ରତିଷ୍ଠା ଉତ୍ସବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ତଳକୁସୁମା ପଞ୍ଚାୟତର ବଙ୍ଗାରି ଗ୍ରାମରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ନୂତନ ଭାବେ ବୃଷଭ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଳସ ଶୋଭାଯାତ୍ରା, ସୂର୍ଯ୍ୟପୂଜା, ରୁଦ୍ରାଭିଷେକ, ଯଜ୍ଞ ଓ ଆଳତୀ କରାଯାଇଥିଲା । ବଙ୍ଗାରି ଗ୍ରାମବାସୀ ତଥା ବୃଷଭ କମିଟିର ସଦସ୍ୟମାନଙ୍କ ମଧ୍ୟରେ ପୂଜକ ବୁଲୁ କର, କର୍ତ୍ତା ରମେଶ ସ୍ୱାଇଁ, କୁଳମଣୀ ବେହେରା, ଗଜେନ୍ଦ୍ର ସ୍ୱାଇଁ, ଗୋଲକ ସ୍ୱାଇଁ, ତପନ ପ୍ରଧାନ, ଅନ୍ତେଶ ମଲ୍ଲ, ସୁରେନ୍ଦ୍ର ଜେନା, ସୁକାନ୍ତ ବେହେରା, ପହଲ୍ଲାଦ ସାହୁ, ଅଟଳ ପ୍ରଧାନ, ଧନେଶ୍ୱର ସାହୁ ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକୁ ଶାନ୍ତିଶ୍‌ୃଙ୍ଖଳାର ସହ ସମାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ