ବଙ୍ଗାଳପୁର ପ୍ରାଥମିକ କୃଷି ସମବାୟ ସମିତିରେ ପଞ୍ଜିକରଣ ଓ ଧାନକିଣାରେ ଦୁର୍ନୀତି

କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ବଙ୍ଗାଳପୁର ପ୍ରାଥମିକ କୃଷି ସମବାୟ ସମିତିରେ ଧାନ ବିକ୍ରୀ କରିବା ପାଇଁ ଚାଷୀଙ୍କ ନାମ ପଞ୍ଜିକରଣ ଓ ଧାନ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଚାଷୀମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ କେତେକ ଚାଷୀଙ୍କ ନାମରେ ଚାଷଜମି ନଥାଇ ଓ ଅନ୍ୟକେତେକ ଚାଷୀଙ୍କ ନାମ ସରକାରୀ ଜମିକୁ ଦର୍ଶାଇ ପଞ୍ଜିକରଣ କରାଯାଇଛି । ସେହି ସମିତିର ସମ୍ପାଦକ ପଞ୍ଜିକରଣ କରିଥିବା ଚାଷୀ ବନ୍ଧସାହି ଗ୍ରାମର ସୁବାଷ ଚନ୍ଦ୍ର ସାମଲ ପି- ବିଷ୍ଣୁ ଚରଣ – ପ୍ୟାକ୍ସ କୋଡ – ଏସ ୧୧୭୦୩୦୪- ଏଫ- ୧୭୦୩୦୦୦୦୫୪୧ଙ୍କ ଠାରୁ ୨୦୨୦ମସିହା ଡିସେମ୍ବରମାସ ୩୧ତାରିଖରେ ୪୦କ୍ୱିଂଟାଲ ଧାନ କିଣାଯାଇଥିବା ବେଳେ ଚଳିତ ବର୍ଷ ଜାନୁଆରୀମାସ ୬ତାରିଖରେ ୩୪.୯୫କ୍ୱିଂଟାଲ ଧାନ କିଣାଯାଇଛି , ସେହିଗ୍ରାମର କାଞ୍ଚନବାଳା ରାଉତ(ସାମଲ) ପି-ସୈାରଭଚନ୍ଦ୍ର -ପ୍ୟାକ୍ସ କୋଡ – ଏସ ୧୧୭୦୩୦୪-ଏଫ ୧୭୦୩୦୦୦୧୯୬୪ଙ୍କ ଠାରୁ ଚଳିତ ବର୍ଷ ଫେବୃୟାରୀମାସ ୧୪ତାରିଖରେ ଯଥାକ୍ରମେ ୪୦କ୍ୱିଂଟାଲ ଓ ୩୭.୧୪କ୍ୱିଂଟାଲ ଧାନ କିଣାଯାଇଛି, ଚଁପୁର ଗ୍ରାମର ପରମାନନ୍ଦ ସାମଲ ପି- ଅଗଣୀ ପ୍ୟାକ୍ସ କୋଡ- ଏସ ୧୧୭୦୩୦୪- ଏଫ – ୧୭୦୩୦୦୦୨୫୫୩ଙ୍କ ଠାରୁ ଜାନୁଆରୀମାସ ୧୫ତାରିଖରେ ୫ଥରରେ ଯଥାକ୍ରମେ ୪୦କ୍ୱିଂଟାଲ, ୨.୨୬କ୍ୱିଂଟାଲ, ୪୦କ୍ୱିଂଟାଲ, ୪୦କ୍ୱିଂଟାଲ, ୪୦କ୍ୱିଂଟାଲ ଧାନ କିଣା ଯାଇଛି, ଚାଂଚଳ ଗ୍ରାମର ମହେଶ୍ୱର ରାଉତ ପି- ଫକିର ପ୍ୟାକ୍ସ କୋଡ- ଏସ ୧୧୭୦୩୦୪-ଏଫ ୧୭୦୩୦୦୦୨୦୧୧ଙ୍କ ଠାରୁ ଜାନୁଆରୀମାସ ୨୩ତାରିଖରେ ୪୦କ୍ୱିଂଟାଲ ଓ ୧୭.୧୯କ୍ୱିଂଟାଲ ଧାନ କିଣାଯାଇଛି, ଚାଂଚଳ ଗ୍ରାମର ଶ୍ରୀକାନ୍ତ ସ୍ୱାଇଁ ପି- ଛକୁ ପ୍ୟାକ୍ସ କୋଡ- ଏସ ୧୧୭୦୩୦୪- ଏଫ ୧୭୦୩୦୦୦୨୫୫୫ଙ୍କ ଠାରୁ ଜାନୁଆରୀମାସ ୨ତାରିଖରେ ୨ଥରରେ ୪୦କ୍ୱିଂଟାଲ କରି ୮୦କ୍ୱିଂଟାଲ ଓ ଜାନୁଆରୀମାସ ୩୦ତାରିଖରେ ୩୫.୩୩କ୍ୱିଂଟାଲ ଧାନ କିଣାଯାଇଛି । ସେମାନଙ୍କ ନାମରେ କୈାଣସି ନିଜସ୍ୱ ସ୍ଥିତିବାନ ସମ୍ପତ୍ତି ନଥାଇ ସରକାରୀ ଜମିକୁ ସେମାନଙ୍କ ନାମରେ ପଞ୍ଜିକରଣ କରାଯାଇଥିବା ଅଭିଯୋଗ ହୋଇଛି । ସେମାନଙ୍କ ନାମରେ କିଣା ଯାଇଥିବା ଧାନ ସମ୍ପର୍କରେ ତଦନ୍ତ କରାଗଲେ ବହୁ ଲୁକ୍କାୟିତ ତଥ୍ୟ ପଦାକୁ ଆସିପାରିବ ବୋଲି ଅଭିଯୋଗକାରୀ କହିଛନ୍ତି । କେବଳ ଏତିକି ନୁହେଁ ସେହି ସମିତିରେ ଥିବା ଜନୈକ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ନାମରେ ମଧ୍ୟ ପଞ୍ଜିକରଣ କରାଯାଇଥିବା ଅଭିଯୋଗ ହୋଇଛି । ସେହିଭଳି ଭାବେ ମାହାଳ ଗ୍ରାମର ରଶ୍ମିରଞ୍ଜନ ନାୟକ, ପିତା- ଯୋଗେନ୍ଦ୍ର ପ୍ୟାକ୍ସ କୋଡ ଏସ ୧୧୭୦୩୦୪-ଏଫ ୧୭୦୩୦୦୦୨୩୩୫, ସେହି ଗ୍ରାମର ରେଣୁବାଳା ରାଉତରାଏ, ପିତା ପରମାନନ୍ଦ ପ୍ୟାକ୍ସ କୋଡ ଏସ ୧୧୭୦୩୦୪-ଏଫ ୧୭୦୩୦୦୦୨୩୩୬, ବନ୍ଧସାହି ଗ୍ରାମର ପ୍ରଶାନ୍ତ କୁମାର ସାମଲ,ପିତା ରବୀନ୍ଦ୍ରନାଥ ପ୍ୟାକ୍ସ କୋଡ ଏସ ୧୧୭୦୩୦୪-ଏଫ ୧୭୦୩୦୦୦୨୦୧୮, ଚାଂଚଳ ଗ୍ରାମର ପ୍ରତିମା ରାଉତ, ପିତା ପ୍ରମୋଦ ପ୍ୟାକ୍ସ କୋଡ ଏସ ୧୧୭୦୩୦୪-ଏଫ ୧୭୦୩୦୦୦୨୦୧୦, ସେହି ଗ୍ରାମର ପ୍ରମୋଦ କୁମାର ରାଉତ, ପିତା – ରାମକୃଷ୍ଣ ପ୍ୟାକ୍ସ କୋଡ ଏସ ୧୧୭୦୩୦୪-ଏଫ ୧୭୦୩୦୦୦୨୦୧୨ ଓ ବନ୍ଧସାହି ଗ୍ରାମର ରଶ୍ମିରଞ୍ଜନ ସ୍ୱାଇଁ, ପିତା ନିତ୍ୟାନନ୍ଦପ୍ୟାକ୍ସ କୋଡ ଏସ ୧୧୭୦୩୦୪-ଏଫ ୧୭୦୩୦୦୦୨୦୧୫ଙ୍କ ନାମରେ କୈାଣସି ଜମି ନଥାଇ ସେମାନଙ୍କ ନାମରେ ସରକାରୀ ଜମିକୁ ଦର୍ଶାଇ ସେମାନଙ୍କ ଠାରୁ ଧାନ କିଣାଯାଇଥିବା ଅଭିଯୋଗ ହୋଇଛି । ସରୋଜକାନ୍ତ ସାମଲ, ଦିଲ୍ଲିପ କୁମାର ସାହୁ, ଶୈଳେନ୍ଦ୍ର ଲେଙ୍କା, ଅଭୟ କୁମାର ପରିଡା ଓ ସରୋଜକାନ୍ତ ମଲ୍ଲିକ ପ୍ରମୁଖ ଏସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରି ଘଟଣାର ବିଧିବଦ୍ଧ ତଦନ୍ତ କରାଯାଇ ସଂପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏଥିସହିତ ସେମାନେ ଏସମ୍ପର୍କରେ ସମବାୟ ବିଭାଗର କମିଶନର ଓ ମନ୍ତ୍ରୀଙ୍କୁ ମଧ୍ୟ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ