ବଙ୍ଗାଳୀ ଲୁକ୍ରେ ଅକ୍ଷୟ-ମୌନୀ
ମୁମ୍ବାଇ : ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମର ପ୍ରଥମ ଗୀତ ରିଲିଜ୍ ହୋଇଛି । ଏହି ଗୀତରେ ଅଭିନେତା ଅକ୍ଷୟ କୁମାର ଓ ମୌନୀଙ୍କର ଜବରଦସ୍ତ ରୋମାନ୍ସ ଦେଖିବାକୁ ମିଳିଛି । ଏହି ଗୀତଟି ହେଲା ” ନୈନୋ ନେ ବାନ୍ଧି ।’ ଏହି ଗୀତକୁ ଜୀ ମ୍ୟୁଜିକ୍ର ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ଅପ୍ଲୋଡ୍ କରାଯାଇଛି । ମାତ୍ର ୨ମିନିଟ୍ ୩୮ ସେକେଣ୍ଡର ଭିଡ଼ିଓ ୟୁଟ୍ୟୁବ୍ରେ ଭାଇରାଲ ହେବାରେ ଲାଗିଛି । ତେବେ ଗୀତକୁ ରିଲିଜ୍ କରିବାର ୧୬ ଘଣ୍ଟା ମଧ୍ୟରେ ୬୧ ଲକ୍ଷ ଭିଉଜ୍ ମିଳିସାରିଛି । ଅଭିନେତା ଅକ୍ଷୟ କୁମାର ମଧ୍ୟ ଟୁଇଟ୍ କରି ଭିଡିଓକୁ ଶେୟାର କରିଛନ୍ତି । ଶେୟାର କରି ସେ ଲେଖିଛନ୍ତି ଯେ ଏହା ହେଉଛି ମୋର ପ୍ରିୟ ଗୀତ । ଏହି ଗୀତର ଲିରିକ୍ସ ଓ ମ୍ୟୁଜିକ୍ ଦେଇଛନ୍ତି ଅର୍କୋ । ଏହାକୁ ଗାଇଛନ୍ତି ୟାସିର ଦେଶାଇ । ଏହି ଫିଲ୍ମଟି ଭାରତୀୟ ହକି ଦଳର ପ୍ରଥମ ସ୍ୱର୍ଣ୍ଣ ବିଜୟ ଉପରେ ଆଧାରିତ । ଫିଲ୍ମଟି ୧୫ ଅଗଷ୍ଟରେ ରିଲିଜ୍ ହେବ । ଅଭିନେତ୍ରୀ ମୌନୀ ରାୟ ଏହି ଫିଲ୍ମ ଜରିଆରେ ପ୍ରଥମ ବଲିଉଡ୍ ଡେବ୍ୟୁ କରିଛନ୍ତି ।