ବଙ୍ଗ, ଝାଡ଼ଖଣ୍ଡ ଏବଂ ଉତ୍କଳ ର ସୁନାମଧନ୍ୟ ଝୁମରକଣ୍ଠଶିଳ୍ପୀ ସୁଧାଂଶୁ ବଳ ଆରପାରିରେ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ବଙ୍ଗ, ଝାଡ଼ଖଣ୍ଡ ଏବଂ ଉତ୍କଳର ସୁନାମଧନ୍ୟ ଝୁମର କଣ୍ଠଶିଳ୍ପୀ ସୁଧାଂଶୁ ବଳ(୫୫)ଙ୍କ ଭୂଵନେଶ୍ବରର କିମ୍ବା ହସ୍ପିଟାଲରେ କରୋନା ଆକ୍ରାନ୍ତରେ ଚିକିତ୍ସିତ ଅବସ୍ଥାରେ ବୁଧବାର ଦିନ ପୂର୍ବାହ୍ନରେ ଦେହାନ୍ତ ହୋଇଯାଇଛି । ସେ ରାଇରଙ୍ଗପୁର ବ୍ଳକର ଭାଲୁବସା ପଞ୍ଚାୟତର ନାଗଭଣ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଥିଲେ । ସେ ଜଣେ ଉଚ୍ଚ କୋଟୀର ଗାୟକ କଳାକାର ଥିଲେ । ସେ ଜଣେ ଉଚ୍ଚ କୋଟୀର ଭଜନ କଣ୍ଠ ଶିଳ୍ପୀ ଥିଲେ ।ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗର ବିଭିନ୍ନ ବଡ଼ ବଡ଼ ପେଣ୍ଡାଲରେ ଧର୍ମର , ଜଗନ୍ନାଥ,ମା’ତାରିଣୀଙ୍କ ଭଜନ ଗାଇ ଦର୍ଶକଙ୍କ ହୃଦୟରେ ନିଜର ଏକ ଛାପ ସୃଷ୍ଟିକରିଥିଲେ । ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ସହିତ ସେ ସାମିଲ ହୋଇ ତାଙ୍କ ସୁଲଳିତ କଣ୍ଠରେ ଦର୍ଶକମାନେ କୁ ବିମୋହିତ କରୁଥିଲେ । ତାଙ୍କ ମୃତ୍ୟୁରେ ମୟୂରଭଂଜ ଜିଲ୍ଲାର ବାମନଘାଟୀ ଅଂଚଳବାସୀ ଏକ ସୁଯୋଗ୍ୟ ସନ୍ତାନକୁ ହରାଇଲା ।ସେ ଜଣେ ପରୋପକାରୀ, ଧର୍ମପରାୟଣ, ସମାଜସେବୀ , ସୁସଂଗଠକ, ମିଷ୍ଟଭାଷୀ ଥିଲେ । ତାଙ୍କର ଶେଷକୃତ୍ୟ ଭୁବନେଶ୍ୱର ରେ କୋଭିଡ୧୯ଗାଇଡ ଲାଇନ ଅନୁସାରେ କରାଯାଇଛି ।ଘରେ ତାଙ୍କର ସ୍ତ୍ରୀ , ଏକମାତ୍ର ଅଲିଅଳି କନ୍ୟା ସମେତ ଭାଇ,ଭାଉଜ,ପୁତୁରା,ଝିଆରୀ ଅଛନ୍ତି । ତାଙ୍କ ଦେହାନ୍ତରେ ଶିକ୍ଷକ ସଂଗଠନ, ବିଭିନ୍ନ କଳାକାର ସଂଗଠନ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ବାବା ଐଶ୍ବାନେଶ୍ବରଙ୍କଠାରେ ପ୍ରାର୍ଥନା କରିଛ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ