ବଛାବାଡ଼ ପାହାଡ଼ରୁ ଯୁବକଙ୍କ ଗଳିତ ଶବ ଉଦ୍ଧାର ପୋଲିସ ସାଇଣ୍ଟିଫିକ ଟିମର ତଦନ୍ତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅର୍ନ୍ତଗତ ସିଙ୍ଗିପୁର ପଞ୍ଚାୟତ ଆଦିକନ୍ଦପୁର ଗ୍ରାମ ନିକଟସ୍ଥ ବଛାବାଡ ଜଙ୍ଗଲରୁ ବୁଧବାର ଜଣେ ଅଚିହ୍ନା ଯୁବକଙ୍କ ଗଳିତ ଶବ ପୋଲିସ ଉଦ୍ଧାର କରିଛି ପାଟପୁର ପୋଲିସ। ମୃତ୍ୟୁ ନା ହତ୍ୟା ଏହାର କାରଣ ଅସ୍ପଷ୍ଟ ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ। ଘଟଣାସ୍ଥଳରେ ଆସିକା ଏସ୍ ଡିପିଓ ଉମାଶଙ୍କର ସିଂ , ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଶେରଗଡ଼ ଥାନା ଅଧିକାରୀ ମନୋଜ ପ୍ରଧାନ ଆସିକା ଥାନା ଅଧିକାରୀ ପି . ସ୍ବରୂପ କିଶାନ ପୋଡାମାରି ଫାଣ୍ଡି ଅଧିକାରୀ ପରମେଶ୍ବର ମଲ୍ଲିକ ଙ୍କ ସମେତ ସାଇଣ୍ଟିଫିକ ଟିମ ପହଞ୍ଚି ଯୁବକଙ୍କ ମୃତ୍ୟୁର କାରଣ ତଦନ୍ ଚଳାଇଥିବା ଜଣାପଡ଼ିଛି । ଖବରରୁ ଜଣାପଡ଼ିଛି ଯେ ବୁଧବାର ସକାଳୁ ଆଦିକନ୍ଦପୁର ଗ୍ରାମର କିଛି ମହିଳା ପୁରୁଷ ଲୋକ ଉକ୍ତ ଜଙ୍ଗଲକୁ କାଠ ସଂଗ୍ରହ ନିମନ୍ତେ ଯାଇଥିବା ବେଳେ ଦୁର୍ଗନ୍ଧ ବାହାରୁଥିବା ଜାଣି ସେଠାକୁ ଯାଇ ଦେଖିଥିଲେ । ସେଠାରେ ଜଣେ ଯୁବକର ମୃତଦେହ ପଡ଼ିଥିବା ଦେଖି ପାଟପୁର ପୋଲିସକୁ ଖବର ଦେଇଥିଲେ । ଖବରପାଇ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ପୋଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଯୁବକଙ୍କ ଗଳିତ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବଡ଼ ମେଡ଼ିକାଲ ପଠାଇଛି। ଖବର ଲେଖାହେବାସୁଦ୍ଧା କୌଣସି ତଥ୍ୟ ମିଳି ପାରିନାହିଁ । ପ୍ରକୃତ ମୃତ୍ୟୁ ନା ହତ୍ୟା କରାଯାଇଛି ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ