ବଜରଙ୍ଗ ଦଳର ପ୍ରଥମ ବାର୍ଷିକ ଉତ୍ସବ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ଖପୁରିଆପଦା ଠାରେ ବଜରଙ୍ଗ ଯୁବକ ସଂଘର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବକୁ ଯାଜପୁର ଜିଲ୍ଲା ବଜରଙ୍ଗ ଦଳର ମାର୍ଗଦର୍ଶକ ଅରବିନ୍ଦ ଦାସ ଉଦଘାଟନ କରିଥିଲେ । ପୂଜକ ପରିକ୍ଷିତ ପଣ୍ଡା ଓ ଜ୍ଞାନରଞ୍ଜନ ମିଶ୍ରଙ୍କ ଦ୍ୱାରା ହନୁମାନଙ୍କ ନିକଟରେ କଳସ ପୂଜନ, ହନୁମାନ ଚାଳିଶା ଓ ମହାମନ୍ତ୍ର ପ୍ରମୁଖ ବୈଦିକ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଖପାଖ ଅଞ୍ଚଳରୁ ବଜରଙ୍ଗ ଦଳର ଅନେକ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ । ଆୟୋଜିତ ଉତ୍ସବକୁ ଯୁବକ ସଂଘର ସରୋଜ ରାଉତ, ଅଶୋକ ମଲ୍ଲିକ, ଶରତ କୁମାର ଜେନା, ରତିକାନ୍ତ ମଲ୍ଲିକ, ସୁଶାନ୍ତ ବରାଳ, କିଶୋର ମଲ୍ଲିକ, ରବିନ୍ଦ୍ର ମଲ୍ଲିକ, ଗୋପିନାଥ ବରାଳ ପ୍ରମୁଖ ପରିଚାଳନା କରିଥିବାବେଳେ ଯଦୁମଣୀ ମଲ୍ଲିକ, ଉପେନ୍ଦ୍ର ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ