ବଜରଙ୍ଗ ଦଳ କର୍ମୀଙ୍କୁ ହତ୍ୟାର ପ୍ରତିବାଦରେ ଦାବିପତ୍ର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ କର୍ଣ୍ଣାଟକର ଶିବମୋଗ ଜିଲ୍ଲାରେ ବଜରଙ୍ଗ ଦଳର କର୍ମୀ ହର୍ଷଙ୍କ ହତ୍ୟା ଘଟଣାର ପ୍ରତିବାଦରେ ଏକ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ବଜରଙ୍ଗ ଦଳ ପକ୍ଷରୁ ହତ୍ୟାକାଣ୍ଡରେ ସଂପୃକ୍ତ ଅପରାଧୀଙ୍କୁ ଫାଶୀ ଦଣ୍ଡ ଦିଆଯିବା ପାଇଁ ଦାବି କରାଯାଇଛି । ଏହା ବ୍ୟତିତ ଦେଶରେ ରାଷ୍ଟ୍ର ବିରୋଧୀ ଓ ଧାର୍ମିକ ଅସହିଷ୍ଣୁତାକୁ ପ୍ରୋତ୍ସାହନ ଦେଇ ଦେଶରେ ଅରାଜକତା ସୃଷ୍ଟି କରୁଥିବା ପିଏଫ ଆଇ ଓ ଏସଡିପିଆଇ ପ୍ରଭୃତି ଆତଙ୍କବାଦୀ ସଂଗଠନ ଗୁଡିକୁ ନିଷିଧ କରାଯିବା ପାଇଁ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଦାବି କରାଯାଇଛି । ଜିଲ୍ଲା ସଂଯୋଜକ ସତ୍ୟପ୍ରିୟ ଜେନା, ପବିତ୍ର ମୋହନ ସ୍ୱାଇଁ, ଶୁଭ୍ରାଂଶୁ ଶେଖର ରାଉତ, ସଂଜୟ ଓଝା ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ