ବଜରଙ୍ଗ ଦଳ ପକ୍ଷରୁ ପୁରୀରେ ମଠଭଙ୍ଗା ପ୍ରତିବାଦରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା, (ଯୁଗାବ୍ବ ନ୍ୟୁଜ) : – ପୁରୀର ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ଓ ସୈାନ୍ଧର୍ଯ୍ୟକରଣ ନାମରେ ଓଡିଶା ସରକାରଙ୍କ ନିର୍ଦେଶରେ ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ରେ ୭୫ମିଟର ଭିତରେ ଥିବା ସମସ୍ତ ପ୍ରାଚୀନ ମଠ ମନ୍ଦିର ଗୁଡିକୁ ଉଛେଦ କରିଚାଲିଥିବାରୁ କେନ୍ଦ୍ରାପଡା ବଜରଙ୍ଗଦଳ ପକ୍ଷରୁ ତାହାର ଘୋର ବିରୋଧ କରାଯାଇଛି । ଶ୍ରୀମନ୍ଦିର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ଜଷ୍ଟିସ ବି.ପି.ଦାସ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ନକରି ଅଧାରୁ ବନ୍ଦ କରିଦିଆଯିବା ବେଳେ ଏବେ ରାଜ୍ୟ ସରକାର କେଉଁ କମିଶନଙ୍କ ରିପୋର୍ଟକୁ ଆଧାର କରି ଉଛେଦ କରୁଛନ୍ତି ତାହା ସାଧାରଣରେ ପ୍ରକାଶ କରିବାକୁ ବଜରଙ୍ଗଦଳ ପକ୍ଷରୁ ଦାବି କରାଯାଇଛି । ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେସ ଅନୁଶାରେ ଶ୍ରୀମନ୍ଦିରର ନୀତିକାନ୍ତି ,ସଂସ୍କୃତି,ସଂସ୍କାର ପରମ୍ପରାର କୈାଣସି ନିଷ୍ପତି ଗୋବର୍ଦ୍ଧନପୀଠାଧିଶ୍ୱର ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଅନୁସାରେ କରାଯିବା କଥା । ତେଣୁ ସରକାର ଶ୍ରୀମନ୍ଦିର ସମ୍ପର୍କରେ ନେଉଥିବା ନିଷ୍ପତି ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ବିଚାରବିମର୍ଶ କରିବା ପରେ କ୍ରିୟାନ୍ୱୟନ କରନ୍ତୁ ବୋଲି ବଜରଙ୍ଗଦଳ ଦାବିକରିଛି । ଶ୍ରୀଜଗନ୍ନାଥ ମନ୍ଦିର ଓ ପାଶ୍ୱର୍ସ୍ଥ ମଠ ମନ୍ଦିର ଗୁଡିକର ସଂସ୍କୃତି,ନୀତିକାନ୍ତି ପରଷ୍ପର ଓତଃପ୍ରୋତ ଭାବେ ଜଡିତ ହୋଇଥିବାରୁ ମଠ ଗୁଡିକ ଉଛେଦ କରାଗଲେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତିରେ ଘୋର ବିଭ୍ରାଟ ଉପୁଜିବ । ତେଣୁ ସରକାର ପ୍ରଥମେ ଉଚିତ ସ୍ଥାନ ନିରୁପଣ କରି ମଠମନ୍ଦିର ଗୁଡିକୁ ପୁନଃ ସ୍ଥାପନ କରିବା ସହିତ ମଠ ସଂସ୍କୃତିକୁ ଅକ୍ଷୂର୍ଣ୍ଣ ରଖିବା ପାଇଁ ଦାବି କରାଯାଇଛି । ଭାରତବର୍ଷର ପ୍ରମୁଖ ତୀର୍ଥସ୍ଥଳ ତଥା ୪ଧାମ ମଧ୍ୟରୁ ଅନ୍ୟତମ ଧାମ ଶ୍ରୀକ୍ଷେତ୍ରକୁ ଏକ ଆଧ୍ୟାତ୍ମିକ ଓ ଧାର୍ମୀକ କ୍ଷେତ୍ର ଭାବେ ବିକଶିତ କରାଯିବା ପାଇଁ ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ଅକ୍ଷୟ କୁମାର ସେନାପତି,ଗୋପିନାଥ ତ୍ରିପାଠୀ,ଲୋକନାଥ ଦାସ,କାଳି ପ୍ରସାଦ ମଣ୍ଡଳ,ରାଜକିଶୋର ନାୟକ,ଶଶାଙ୍କ କୁମାର ଦାସ,ବିରେନ୍ଦ୍ର କୁମାର ସାମଲ,କାହ୍ନୁଚରଣ ଦାସ,ଚନ୍ଦ୍ରମାଧବ ପ୍ରଧାନ ସତ୍ୟପ୍ରୀୟ ଜେନା ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ