ବଜରଙ୍ଗ ଦଳ ପକ୍ଷରୁ ବିଶୋଧନ କାର୍ଯ୍ୟକ୍ରମ

କଟକ,(ଓ୍ବାଇଏନ୍ଏସ୍): ବଜରଙ୍ଗ ଦଳ,ଓଡ଼ିଶାର କଟକ ସଦର ବ୍ଲକ କିଶନନଗର ଶାଖା ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣକୁ ରୋକିବାପାଇଁ କିଶନନଗର ତହସିଲ କାର୍ଯ୍ୟାଳୟ,ଥାନା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଆଦି ବିଭିନ୍ନ ଅଂଚଳର ବିଶୋଧନ କରାଯାଇଛି | ଦଳ ପକ୍ଷରୁ ଯୁବସମାଜସେବୀ ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନ୍ୟାନ୍ୟ କର୍ମକର୍ତ୍ତା ସଂଯୋଜକ ଲକ୍ଷ୍ମୀ କାନ୍ତ ତ୍ରିପାଠୀ , ପବିତ୍ର ସାହୁ, ସଞ୍ଜୟ ସାହୁ , ଅମୁଲ୍ୟ ଦେବଦାସ, ବିକ୍ରମ ରାଉତ, ସଞ୍ଜୟ ବେହେରା, ସୁର୍ଯ୍ୟ କାନ୍ତ ବେହେରା, ଚନ୍ଦନ ବେହେରା ଆଦି ଉପସ୍ଥିତ ରହି ବିଶୋଧନ କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି | ଏହି କାର୍ଯ୍ୟକ୍ରମକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯିବାସହ ଜନସଚେତନତା ବୃଦ୍ଧି ପାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ