ବଜରଙ୍ଗ ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲା ବଜରଙ୍ଗ ଦଳ ଓ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ୮ଦଫା ସମ୍ବଳିତ ଦାବିପତ୍ର୍ର କେନ୍ଦ୍ର୍ରାପଡା ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଭାରତରେ ଜେହାଦ୍ଦୀ କଟରପନ୍ଥୀ ମାନଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ତାହାକୁୁ ନିୟନ୍ତ୍ରଣ କରାଯିବା ସହ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ନୁପୁର ଶର୍ମା ଏବଂ ନବୀନ ଜିନ୍ଦଲଙ୍କ ଟିପଣୀକୁ ନେଇ ଶୁକ୍ରବାର ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା ବାହାର କରି ଯାନବାହନକୁ ନିଆଁ ଲଗାଇ ଦିଆଯିବା ଘଟଣାର ତୀବ୍ର ବିରୋଧ କରାଯିବା ସହିତ ଆକ୍ରମଣକାରୀଙ୍କୁ ଚିହ୍ନଟ କରି ଦଣ୍ଡଦେବା, ମୁଲ୍ଲା ମୈାଲବୀ ଅନ୍ୟ ମୁସଲମାନ ନେତା ମାନଙ୍କୁ ଗିରଫ କରିବା, ଦେଶସାରା ଏପରି ଉଗ୍ର ଭାଷଣ ଦେଉଥିବା ନେତା ମାନଙ୍କୁ ଗିରଫ କରାଯିବା ପ୍ରଭୃୃତି ଦାବି ରହିଛି । ଜିଲ୍ଲା ସଂଯୋଜକ ସତ୍ୟପ୍ରିୟ ଜେନାଙ୍କ ନେତୃତ୍ୱରେ ନିରଞ୍ଜନ ସୁଆର, ସ୍ମୃତି ଅନୁପମ ସେଠୀ, ବିଶ୍ୱନାଥ ମହାରଣା, ସୈାମ୍ୟ ପ୍ରଜାନନ୍ଦ କର, ସତ୍ୟଜିତ ଲେଙ୍କାଙ୍କ ସମେତ ଶତାଧିକ ସଦସ୍ୟ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏହି ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ