‘ବଜାଜ ଟୁ ହୁଇଲର୍ସ’ର ନୂତନ ସୋ-ରୁମ ‘ସୁରଜ ବଜାଜ’ଉଦଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା):‘ବଜାଜ ଟୁ ହୁଇଲର୍ସ’ର ନୂତନ ସୋରୁମ ‘ସୁରଜ ବଜାଜ’ ସହଦେବଖୁଣ୍ଟା ଠାରେ ଉଦ୍ଘାଟିତ ହୋଇଯାଇଛି । ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମିରଞ୍ଜିତ ଦଳବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ସୋ’ରୁମ୍କୁ ଉଦ୍ଘାଟନ କରିବା ସହ ‘ସୂରଜ ବଜାଜ’ର ବ୍ୟବସାୟିକ ସଫଳତା କାମନା କରିଥିଲେ । ବଜାଜ କମ୍ପାନୀର ଅତ୍ୟାଧୁନିକ ଜ୍ଞାନକୌଶଳ ଯୁକ୍ତ ଏହି ବାଇକ ବାଲେଶ୍ୱରର ଗ୍ରାହକ ଚାହିଦା ପୂରଣରେ ସହାୟକ ହେବ ବୋଲି ଶ୍ରୀ ଦଳବେହେରା ଆଶାପ୍ରକାଶ କରିଥିଲେ । ସୋ-ରୁମର ମୁଖ୍ୟ ପବନ ସରାୱଗିଙ୍କ ପୌରହିତ୍ୱରେ ଆୟୋଜିତ ଏହି ଉଦ୍ଘାଟନୀ ଉତ୍ସବରେ ସୂରଜ ସରାୱଗି ଯୋଗଦେଇ ନୂତନ ବଜାଜ ଟୁ ହୁଇଲର୍ସ ସୋ-ରୁମ ଖୋଲିବାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ବଜାଜର ଆଇକନିକ୍ ବ୍ରାଣ୍ଡ ‘ପଲସର’ର ସମସ୍ତ ମୋଡେଲ ସହ ୪୦୦ସିସି ଯୁକ୍ତ ସ୍ପୋର୍ଟ୍ସ, ୧୨୫ସିସି ଯୁକ୍ତ ଉନ୍ନତ ମାଇଲେଜ ବାଇକ ଓ ନୂତନ ଭାବେ ବଜାରକୁ ଆସିଥିବା ପ୍ଲାଟିନା ୧୦୦ସିସି ଏବିଏସ ମୋଡେଲ ଏହି ସୋ-ରୁମରେ ମିଳିବ । ବାଲେଶ୍ୱର ସହରରେ ବଜାଜ ୱାର୍କସପ କାର୍ଯ୍ୟକ୍ଷମ ହୋଇଥିବା ନେଇ ଶ୍ରୀ ସରାୱଗି ସୂଚନା ଦେଇଥିଲେ । ଗ୍ରାହକମାନେ ନିଶ୍ଚିତ ଭାବେ ଏହାକୁ ପସନ୍ଦ କରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଜୁ ସରାୱଗି, ସତୀଶ ସରାଓଗୀ, ପଙ୍କଜ ସରାୱଗି, ସନ୍ଦୀପ ସରାୱଗି, ନୀରଜ ସରାୱଗି, ଅଖିଲ ସରାୱଗି, ଅତୁଲ ସରାୱଗି, କୁସୁମ ସରାୱଗି, ଉର୍ମିଲା ସରାୱଗି, ପୁନମ ସରାୱଗି, ମନୋଜ ପୋଦାର ପ୍ରମୁଖ ଯୋଗଦେଇ ନୂତନ ସୋ-ରୁମର ସଫଳତା କାମନା କରିଥିଲେ