ବଜାରରେ ପ୍ଲାଷ୍ଟିକ ଅଣ୍ଡ୍ା , ଲୋକେ ଭୟଭୀତ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଜନସାଧାରଣଙ୍କ ମଧ୍ୟରେ ଭୟର ବାତାବରଣ । କିଛି ଦିନ ତଲେ ଭାରତୀୟ ବଜାରରେ ପ୍ଲାଷ୍ଟିକ୍ ଅଣ୍ଡା ପ୍ଲାଷ୍ଟି ଚାଉଳ ମିଳୁଥିବାର ନଜିର ରହିଥିବା ବେଳେ ବର୍ତ୍ତମାନ ମାଲକାନଗିରି ଜିଳ୍ଲାରେ ପ୍ଲାଷ୍ଟିକ ଅଣ୍ଡା ଘଟଣା ଲୋକ ମାନଙ୍କ ମଧ୍ୟରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହେବା ସହ ଅଂଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମିଳିଥିବା ଖବର ଅନୁଯାୟୀ ଶନିବାର ଗଙ୍ଗାଧର ପଟ୍ଟନାୟକ ବସଷ୍ଟାଣ୍ଡ ନିକଟରୁ ୪ ଗୋଟି ଅଣ୍ଡା କ୍ରୟ କରି ବଜାରରୁ ଆଣିଥିଲେ । ସେଥି ମଧ୍ୟରୁ ୨ ଗୋଟି ଅଣ୍ଡା ଫାଟି ଥô୍ବା ବେଳେ ଅନ୍ୟ ଦୁଇଟି ଅଣ୍ଡା ଫାଟିନଥିଲା କେବଳ ପ୍ଲାଷ୍ଟିକ ଭଳି ନରମ ହୋଇଥିଲା । ଏହା ପରେ ଗଙ୍ଗାଧର ୨ ଗୋଟି ଅଣ୍ଡାକୁ ନି÷ଆଁରେ ପକାଇବା ପରେ ସେଥିରୁ ପ୍ଲାଷ୍ଟିକ ବାସ୍ନା ହୋଇଥିବା ଗଙ୍ଗାଧର ପ୍ରକାଶ କରିଛନ୍ତି । ଏହି ଘଟଣା ପ୍ରଚାର ହେବା ପରେ ଅଂଚଳରେ ଭୟର ବାତାବରଣ ଦେଖାଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ