ବଜାରରେ ବୁଲିବା ମହଙ୍ଗା ପଡିଲା: ୨ ଗିରଫ
ବନ୍ତ (ଯୁଗାଦ୍ଧ ନ୍ୟୁଜ୍) : କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍ ଡାଉନ୍ ଘୋଷଣା କରିଥିବା ବେଳେ ଏନେଇ ଆଇନକୁ କଡାକଡି କରାଯାଇଛି । ଆବଶ୍ୟକ ନଥାଇ ବାହାରେ ବୁଲାବୁଲି କରୁଥିବା ଲୋକ ମାନଙ୍କୁ ଗିରଫ କରିବା ପାଇଁ ସରକାରୀ ନିର୍ଦ୍ଦେଶ ହୋଇଛି । ଏପରିପେକ୍ଷୀରେ ବନ୍ତ ବଜାରରେ ଲୋକ ମାନେ ଆବଶ୍ୟକ ନଥାଇ ବୁଲୁଥିବାର ଦେଖାଯାଉଛି । ଏହିଭଳି ୨ ଜଣ ବ୍ୟକ୍ତିଙ୍କୁ ପୋଲିସ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛି । ସଂପୃକ୍ତ ବ୍ୟକ୍ତି ମାନେ ହେଲେ ବନ୍ତର ସୟଦ୍ ଫୁରକାନ୍ ଅଲ୍ଲୀ ଓ ଓଡଙ୍ଗର ସଦାନନ୍ଦ ମହୁରୀ । ଦିନ ସାଢେ ଦଶଟା ସମୟରେ ଏମାନେ ବଜାରରେ ବୁଲୁଥିବା ବେଳେ ପୋଲିସ ସେମାନଙ୍କୁ ଘରକୁ ଯିବା ପାଇଁ ପରାମର୍ଶ ଦେଇଥିଲା । ମାତ୍ର ବ୍ୟକ୍ତିଦ୍ୱୟ ପୋଲିିସ ସହିତ ଯୁକ୍ତିତର୍କ କରିଥିଲେ । ଫଳରେ ପୋଲିସ ବ୍ୟକ୍ତିଦ୍ୱୟଙ୍କୁ ଗିରଫ କରିବା ସହ ସେମାନଙ୍କର ବାଇକ୍ ଦୁଇଟିକୁ ଜବତ କରିଛି । ଏନେଇ ଥାନାରେ କେସ ନଂ-୩୫/୨୦ ମୂଳେ ମାମଲା ରୁଜ୍ଜୁ ହୋଇଛି ।