ବଜାରରେ ଭିଭୋ ଭି-୧୫

ମୁମ୍ବାଇ, (ଏଜେନ୍ସି): ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଏହାର ଫ୍ଲଗସିପ୍ ସ୍ମାର୍ଟଫୋନ୍ ଭି-୧୫ ପ୍ରୋ’ ବିକ୍ରି ସଫଳ ହେବା ପରେ ଏହାର ନୂଆ ଉତ୍ପାଦ ଭି-୧୫ ସ୍ମାର୍ଟଫୋନ୍ର ବଜାର ପ୍ରବେଶ କରାଯାଇଛି । ୩୨ ଏମ୍ପି ସେଲ୍ଫି କ୍ୟାମେରା ତଥା ଅଲ୍ଟ୍ରା ଫୁଲ୍ ଭିୟୁ ଡିସ୍ପ୍ଲେ ଯୁକ୍ତ ଏହି ଫୋନ୍ର ବିକ୍ରି ଆରମ୍ଭ ହୋଇଛି । ଏହି ଫୋନ୍ ଯୁବବର୍ଗଙ୍କ ସେଲ୍ଫି ଅଭ୍ୟାସକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି । ଏହା ସମସ୍ତ ଅଫ୍ଲାଇନ୍ ଏବଂ ପ୍ରମୁଖ ଇ-କମର୍ସ ୱେବ୍ ସାଇଟ୍ରେ ଉପଲବ୍ଧ ହେବ । ଏହାର ମୂଲ୍ୟ ୨୩,୯୯୦ଟଙ୍କା ରହିଛି । ପ୍ରି ବୁକିଂ ଭିଭୋ ଇଣ୍ଡିଆ ଇ-ଷ୍ଟୋର୍, ଆମାଜନ୍ ଡଟ୍ ଇନ୍, ଫ୍ଲିପ୍କାର୍ଟ, ପେ-ଟିଏମ୍ ମଲ୍, ଟାଟା ସିଏଲ୍ଆଇକ୍ୟୁ ସମେତ ସମସ୍ତ ଅଫଲାଇନ୍ ଚ୍ୟାନେଲ୍ରେ ଚଳିତ ଏପ୍ରିଲ୍ ୧ଠାରୁ ଦେଶବ୍ୟାପି ଉପଲବ୍ଧ ହେବ । ଏଥିରେ ୬ଜିବି ରାମ୍, ୬୪ ଜିବି ରମ୍, ୨୫୬ ବର୍ଦ୍ଧିତ ମେମୋରୀ, ୪,୦୦୦ଏମ୍ଏଏଚ୍ ବ୍ୟାଟେରୀ, ଡୁଆଲ୍ ଇଞ୍ଜିନ୍ ଫାଷ୍ଟ ଚାର୍ଜ ଆଦି ରହିଛି । ଏହା ଗ୍ଲାମର ରେଡ଼୍, ଫ୍ରୋଜେନ୍ ବ୍ଲାକ୍ ଏବଂ ରୟାଲ ବ୍ଲ୍ୟୁ ଆଦି ରଙ୍ଗରେ ଉପଲବ୍ଧ ହେବ । ଏହି ସ୍ୱାର୍ଟଫୋନ୍ ଉପରେ ବଜାଜ୍ ଫିନସର୍ଭ ଇଏମ୍ଆଇ ଗ୍ରାହକଙ୍କୁ ୧୦,୦୦୦ଟଙ୍କାର ଏକ୍ସଚେଞ୍ଜ ଅଫର୍ ତଥା ବାଏବ୍ୟାକ୍ ସହିତ ଅତିରିକ୍ତ ଭିଭୋ ସୁବିଧା ଓ ଏସ୍ବିଆଇ କ୍ରେଡିଟ୍/ଡେବିଟ୍ କାର୍ଡ଼ ବ୍ୟବହାରକାରୀଙ୍କ ପାଇଁ ୫% କ୍ୟାସ୍ବାକ୍ ଉପଲବ୍ଧ ହେବ । ଆଇଡ଼ିଏଫ୍ସି ଫାଷ୍ଟ ଦ୍ୱାରା ଏକ୍ସକ୍ଲ୍ୟୁସିଭ୍ ଜିରୋ ଡାଉନପେମେଣ୍ଟ ୮ମାସର ସୁବିଧା, ୧୫୯୯ଟଙ୍କାର ଇଏମ୍ଆଇ ଏଚ୍ଡିବି ଯୋଜନା ମାଧ୍ୟମରେ ୫% କ୍ୟାସବ୍ୟାକ୍, ଜିଓ ଭିଭୋ କ୍ରିକେଟ୍ ଅଫର୍ ଦ୍ୱାରା ୧୦,୦୦୦ଟଙ୍କାର ସୁବିଧା, ୩.୩ ଟିବି ଜିଓ ୪ଜି ଡାଟା, ପୁରୁଣା ସ୍ମାର୍ଟଫୋନ୍ ଉପରେ ୨,୦୦୦ଟଙ୍କାର ଅତିରିକ୍ତ ଏକ୍ସଚେଞ୍ଜ ଅଫର୍, ଲୟାଲିଟି ସୁବିଧା ୧,୦୦୦ରୁ ଅଧିକ ଟଙ୍କାର, ୧୫ ମାସର ନୋ କଷ୍ଟ ଇଏମ୍ଆଇ ସୁବିଧା ଆଦି ରହିଛି । ଏଥିରେ ୧୬.୫୯ ସେମି ଅଲ୍ଟ୍ରା ଫୁଲ୍ ଭିୟୁ ଡିସ୍ପ୍ଲେ ସହ ଆସପେକ୍ଟ ଅନୁପାତ ୯୦:୯୫% ସ୍କ୍ରିନ୍ ବଡି ରହିଛି । ଏଥିରେ ୩୨ ଏମ୍ପି ସେଲ୍ଫି କ୍ୟାମେରା ଏବଂ କ୍ୱାଡ଼ା ପିକ୍ସଲେ ସେନସର ସହିତ ୧୨ଏମ୍ପି ହୁଆଲ୍ ପିକ୍ସଲ ସେନସର୍ ତଥା ୮ଏମ୍ପି ଏଆଇ ସୁପର ୱାଇଡ଼୍ ଆଙ୍ଗେଲ୍ କ୍ୟାମେରା ରହିଛି । ଏହା ସହିତ ୫ଏମ୍ପି ଡେପଥ୍ କ୍ୟାମେରା, ପିପଥ୍ ଜେନେରେସନ୍ କୋର୍ନିଂ ଗୋରିଲା ଗ୍ଲାସ୍, ମିଡ଼ିଆଟେକ୍ ପି-୭୦ ପ୍ରୋସେସର୍, ଆଣ୍ଡ୍ରଏଡ୍ ୯.୦ ଫୁଡ଼ଟଚ୍ ଓଏସ୍-୯ ଆଦି ବୈଶିଷ୍ଟ୍ୟ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ