ବଜାରରେ ରେଞ୍ଜ୍ ରୋଭର୍ ସେଣ୍ଟିନେଲ୍
ନୂଆଦିଲ୍ଲୀ, (ଏଜେନ୍ସି): ଜାଗୁଆର ଲ୍ୟାଣ୍ଡ ରୋଭର ପକ୍ଷରୁ ଏହାର ରେଞ୍ଜ ରୋଭର ସେଣ୍ଟିନେଲ୍ ଉତ୍ପାଦର ବଜାର ପ୍ରବେଶ କରାଯାଇଛି । ଏହା ଫୋର୍ଟିର୍ସର ନବୀକରଣ ରୂପ । ଏଥିରେ ୨୮୦ କିଲୋୱାଟର ୫.୦ ଆଇ ସୁପର ଚାର୍ଜଡ୍ ଭି-୮ ପେଟ୍ରୋଲ୍ ଇଞ୍ଜିନ୍ ରହିଛି । ଏହା ସହିତ ଏଥିରେ ଲାଟେଷ୍ଟ ସୁରକ୍ଷା ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରାଯାଇଛି । ୧୦.୪ ସେକେଣ୍ଡରେ ଏହା ଘଣ୍ଟାପିଛା ୦-୧୦୦କିମି ବେଗରେ ଗତି କରିବାକୁ ସକ୍ଷମ । ଏହା ଘଣ୍ଟାପ୍ରତି ସର୍ବାଧିକ ୧୯୩ କିମି ବେଗରେ ଗତି କରିବାକୁ ସକ୍ଷମ । ଏହି ବିଳାସପୂର୍ଣ୍ଣ ଯାନ ଗ୍ରାହକଙ୍କୁ ବେଶ୍ ପସନ୍ଦ । ଏହାଦ୍ୱାରା ଭାରତରେ ଜାଗୁଆର୍ ଏବଂ ଲ୍ୟାଣ୍ଡ ରୋଭର ବିକ୍ରି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏଥିରେ ଲାଟେଷ୍ଟ ଟଚ୍ ପ୍ରୋ ଡ୍ୟୁ ଇନଫୋଟାମେଣ୍ଟ ସିଷ୍ଟମ୍ ରହିଛି । ଏହା ସହିତ ଏଥିରେ ୨୫.୪ ସେମି ହାଇ ରିଜୋଲ୍ୟୁସନ୍ ସ୍କ୍ରିନ୍ ରହିଛି । ଏଥିରେ ଏଲ୍ଇଡି ଲାଇଟିଂ ଆଦି ବୈଶିଷ୍ଟ୍ୟ ରହିଛି ।