ବଜାର ଏମ୍ଆର୍ଜି ଆୱାର୍ଡ ୨୦୨୨ ପ୍ରଦାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡିଶାର ଏକମାତ୍ର ବାଣିଜ୍ୟ ଭିତିକ ଦୈନିକ ‘ବଜାର’ର ୨୫ ତମ ଜନ୍ମ ବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶାର ବରିଷ୍ଠ ସାମ୍ବାଦିକ ତଥା ଦୈନିକ ସମାଜର ପୂର୍ବତନ ବାତ୍ର୍ତା ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୋଷ ପଟ୍ଟନାୟକ ଯୋଗଦେଇ ବାଣିଜ୍ୟ ଅର୍ଥନୀତି, ବ୍ୟାଙ୍କିଙ୍ଗ , ଇନ୍ସୁରାନ ସେୟାର ବଜାର ଆଦି ସମ୍ପର୍କରେ ଦୈନିକ ବାଣିଜ୍ୟ ଭିତିକ ବଜାର ପକ୍ଷରୁ କରାଯାଉଥିବା ସର୍ଭେ ରିପୋର୍ଟ , କମ୍ପାନୀମାନେ ଲଞ୍ଚ କରୁଥିବା ନୂତନ ସାମଗ୍ରୀ ଓ ତାର ବିକ୍ରି ପରବର୍ତି ସେବା କ୍ଷେତ୍ରରେ ସଚେତନ ସୃଷ୍ଟି କରିଥିବା ବଜାରର ଭୂମିକାକୁ ଭୂୟସୀ ପ୍ରଶଂସା କରିଛନ୍ତି । ଏହା ଛଡା ଏହିଭଳି ପତ୍ରପତ୍ରିକାଗୁଡିକୁ ବଂଚାଇ ରଖିବାପାଇଁ ବିଭିନ୍ନ କମ୍ପାନୀ ଓ ଘରୋଇ ସଂସ୍ଥାମାନେ ଆଗେଇ ଆସିବା ଉଚିତ ହେବ ବୋଲି ମଧ୍ୟ ଆହ୍ୱାନ ଦେଇଛନ୍ତି । ବିଶିଷ୍ଟ ସମାଜସେବୀ ରାଜେନ୍ଦ୍ର କୁମାର ରଥ ସମ୍ମାନୀୟ ଅତିଥିଭାବେ ଯୋଗଦେଇ ବଜାର ସମ୍ପର୍କରେ ସମ୍ୟକ ଆଲୋଚନା କରିଥିଲେ । ଉକ୍ତ ଉତ୍ସବରେ ଅଧ୍ୟକ୍ଷତା କରିଥିବା ବଜାରର ସମ୍ପାଦକ ଶ୍ରୀଯୁକ୍ତ ସୁଦର୍ଶନ ଦାସ ମହାପାତ୍ର ବିଭିନ୍ନ ଦିଗ ପ୍ରତି ଆଲୋକପାତ କରି ଏଭଳି ଖବରକାଗଜ ଦୀର୍ଘ ୨୫ ବର୍ଷ ଧରି ପ୍ରକାଶ ପାଇ ଆସୁଥିବାରୁ ଏହାର ପରିଚାଳନା ମଣ୍ଡଳୀ ଓ ସହଯୋଗୀ ବିଜ୍ଞାପନଦାତାମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଉତ୍ସବ ଅବସରରେ ଈବଚ୍ଛବବକ୍ସ ଗଜଏ ( ଗବକ୍ସଳରଗ୍ଧ ଜରଗ୍ଦରବକ୍ସମଷ ଏକ୍ସକ୍ଟଙ୍କକ୍ଟ୍ର) ର ମାସିକ ସର୍ଭେ ରିପୋର୍ଟ ଅନୁସାରେ ଗତ ୨୦୨୨ ଆର୍ଥିକ ବର୍ଷରେ ଓଡିଶା ବଜାରରେ ବିଭିନ୍ନ ପ୍ରଡକ୍ଟର ବିକ୍ରି ଓ ବିକ୍ରି ପରବର୍ତି ସେବା କ୍ଷେତ୍ରରେ ଉତ୍କର୍ଷତାର ଶୀର୍ଷରେ ପହଂଚି ପାରିଥିବା କମ୍ପାନୀମାନଙ୍କୁ ବଜାର ଏମ୍ଆର୍ଜି ଆୱାର୍ଡ ୨୦୨୨ ର ‘ଉଦ୍ୟୋଗ ବନ୍ଧୁ’ ସମ୍ମାନରେ ସମ୍ମାନୀତ କରାଯାଇଛି । ଏହିପରି ରେଫ୍ରିଜରେଟର ଓ ୱାସିଂଙ୍ଗ ମେସିନ୍ ବିକ୍ରି କ୍ଷେତ୍ରରେ ବେଷ୍ଟ ସେଲିଙ୍ଗ ବ୍ରାଣ୍ଡ ଭାବରେ ହୁଇର୍ଲପୁଲ୍ ଆପ୍ଲାଏନ୍ସେସ୍ର ଶାଖା ମୁଖ୍ୟ ଶ୍ରୀଯୁକ୍ତ ବୀରେନ୍ଦ୍ର ପାଲ ସିଂହ ଓ ବି.ସି.ଏମ୍ ଶ୍ରୀଯୁକ୍ତ ମନୋଜ କୁମାର ମିଶ୍ରଙ୍କୁ ,ଡୋମେଷ୍ଟିକ୍ ଓ କୃଷି ଭିତିକ ପମ୍ପସ୍ ବିକ୍ରି କ୍ଷେତ୍ରରେ ବେଷ୍ଟ ସେଲିଙ୍ଗ ବ୍ରାଣ୍ଡ ଭାବରେ କିର୍ଲୋସ୍କାର ବ୍ରଦର୍ସ ଲିମିଟେଡ୍ର ଓଡିଶ।। ରିଜିଓନାଲ ହେଡ୍ ଶ୍ରୀଯୁକ୍ତ ବାପ୍ପା ପାଲଙ୍କୁ , କନ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବିକ୍ରି କ୍ଷେତ୍ରରେ ବେଷ୍ଟ ସେଲିଙ୍ଗ ବ୍ରାଣ୍ଡ ଭାବରେ ପାନାସୋନିକ୍ର ମାର୍କେଟିଙ୍ଗ ମୁଖ୍ୟ ଶ୍ରୀଯୁକ୍ତ ଶୋଭିତ୍ ରାୟଜାଦାଙ୍କୁ , ଏୟାର କଣ୍ଡିସନର ବିକ୍ରି କ୍ଷେତ୍ରରେ ବେଷ୍ଟ ସେଲିଙ୍ଗ ଆଣ୍ଡ ଟ୍ରଷ୍ଟେଡ୍ ବ୍ରାଣ୍ଡ ଭାବରେ ଦାଇକିନ୍ର ବରିଷ୍ଠ ଶାଖା ମୁଖ୍ୟ ତଥା ଡିଭିଜନାଲ୍ ମ୍ୟାନେଜର ଶ୍ରୀଯୁକ୍ତ ସତ୍ୟକେତନ ମିଶ୍ରଙ୍କୁ ବିଶ୍ୱାସନୀୟ ରିଅଲ୍ ଇଷ୍ଟେଟ୍ ଆଣ୍ଡ ବିଲ୍ଡର ଭାବରେ ସୁଦର୍ଶନ ଇଷ୍ଟକନ୍ର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀଯୁକ୍ତ ପ୍ରମୋଦ କୁମାର ବେହେରା ଓ ଜେନେରାଲ ମ୍ୟାନେଜର ଶ୍ରୀଯୁକ୍ତ ଏ ବିଶ୍ୱାସଙ୍କୁ , ଗୃହ ନିର୍ମାଣ କ୍ଷେତ୍ରରେ ବିଶ୍ୱାସନୀୟ ବିଲ୍ଡର ଭାବରେ କ୍ରିଷ୍ଣା ଗ୍ରୁପ୍ର ମୁଖ୍ୟ ଶ୍ରୀଯୁକ୍ତ ପବିତ୍ର କୁମାର ରାଉତରାୟ ଓ ଶ୍ରୀଯୁକ୍ତ ଡି.ପି ବେହେରାଙ୍କୁ , ଓଡିଶାର ଏୟାର କଣ୍ଡିସନର ବିକ୍ରି କ୍ଷେତ୍ରରେ ନଂ-୧ ଡିଷ୍ଟ୍ରିବ୍ୟୁଟର ଭାବେ ତିରୁମାଲା ଟ୍ରେଡର୍ସର ମୁଖ୍ୟ ଶ୍ରୀ ଯୁକ୍ତ ସେନାପତି କ୍ରିଷ୍ଣା ରାଓଙ୍କୁ , ହୋମ୍ କେୟାର ପ୍ରଡକ୍ଟର ବିକ୍ରି କ୍ଷେତ୍ରରେ ବେଷ୍ଟ ସେଲିଙ୍ଗ ଆଣ୍ଡ ଟ୍ରଷ୍ଟେଡ୍ ବ୍ରାଣ୍ଡ ଭାବରେ ଜୟଦୁର୍ଗା ହୋମକେୟାରର ମୁଖ୍ୟ ତଥା ପ୍ରତିଷ୍ଠାତା ଶ୍ରୀଯୁକ୍ତ ବାବୁରାମ ସ୍ୱାଇଁଙ୍କୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଟ୍ଟନାୟକ, ବଜାର ଏମ୍. ଆର. ଜି ଆୱାର୍ଡ ୨୦୨୨ର ଟ୍ରଫି ଓ ମାନପତ୍ର ପ୍ରଦାନ କରିଛନ୍ତି । ସେହିଭଳି ‘ବଜାର’ର ଶ୍ରୀଯୁକ୍ତ ସୁଦୀପ କୁମାର ସାହୁ ଓ ପ୍ରଜ୍ଞା ପାରମିତା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।