ବଜାର ଖାଁ ଖାଁ,ବେପାର ମାନ୍ଦା .ଖାଇବା ପାଇଁ ନାହିଁ ନଥିବା ଅସୁବିଧାର

ହିଞ୍ଜିଳିକାଟୁ (ଶେଷଦେବ ସାହୁ): ଦିନକୁ ଦିନ ଭାରତ ବର୍ଷରେ କରୋନା ଉୂତାଣୁ ମହାମାରୀର ରୂପ ନେଉଥିବା ବେଳେ ଏହାକୁ ନେଇ ହିଞ୍ଜିଳିକାଟୁ ପୌରପରିଷଦରେ ବସ ବାସ କରୁଥିବା ଲୋକ ମାନଙ୍କ ଠାରୁ ଆରମ୍ଭ କରି ଗ୍ରାମାଚଂଳରେ ବସବାସ କରୁଥିବା ସମସ୍ତ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ଯଦିଓ ପୌର ଓ ବ୍ଲକ ,ତହସିଲ ସମେତ ସମସ୍ତ ପ୍ରଶାସନ ତରଫରୁ କୋରନା ଭୂତାଣୁକୁ ନେଇ ବିଭିନ୍ନ ପ୍ରକାର ସଚେତନତା କରାଯାଉଛି ତଥାପି ସାଧାରଣ ଲୋକଙ୍କ ମନରୁ ଭୟ ଯାଉନାହିଁ । ଜିଲା ପ୍ରଶାସନଙ୍କ ନିର୍ଦ୍ଧେଶ କ୍ରମମେ ହିଞ୍ଜିଳିକାଟୁ ପ୍ରଶାସନ ତରଫରୁ ବିଭିନ୍ନ କଡ଼ା ପଦକ୍ଷେପ ଗ୍ରହଣ କରାଯିବା ସୂରୁପ ସହରର ସମସ୍ତ ଛୋଟ ଠେଲା ଗାଡ଼ି ହୋଟଲ ଠାରୁ ଆରମ୍ଭ କରି ବଡ଼ ବଡ଼ ହୋଟଲ ,ଜଳଖିଆ ଦୋକାନ,ଫାଷ୍ଟ ଫୁଡ଼,ସପିଂ ମଲ,ବିଭିନ୍ନ ଦୋକାନ,ଟିୟୁଟରଲ ଏପରିକି ଗହଳି ହେୁଥିବା କିଛି ମନ୍ଦିରକୁ ମଧ୍ୟ ପ୍ରଶାସନ ତରଡଫରୁ ବନ୍ଦ କରିଦିଆଯାଇଛି ।ଅପର ଫକ୍ଷରେ ସରକାରଙ୍କ ତରଫରୁ ବିଭିନ୍ନ ସ୍ଥାନରେ ହାତ ଧୋଇବା ପାଇଁ ବ୍ୟବସ୍ଥା କରାଯାଇଛି । ମିଲ୍ସ ହୋଟେଲ ଓ ଜଳଖିଆ ହୋଟଲ ଗୁଡ଼ିକ ବନ୍ଦ ଯୋଗୁଁ ଗ୍ରାମାଚଂଳରୁ ସହରକୁ ଆସୁଥିବା ସହରରଲୋକେ ଓ ବିଭିନ୍ନ ସରକାରୀ ଓ ବେ ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକେ ଯେଉଁମାନେ ହୋଟେଲ ଉପରେ ନିର୍ଭରକରୁଥିଲେ ସେମାନେ ଖାଇବାପାଇଁ ଡ଼ହଳ ବିକଳ ହେଉଥିବା ଦେଖିବାକୁ ମିଳିଛି ତେବେ ଏଥି ମଧ୍ୟରୁ କିଛି ଆହାର କେନ୍ଦ୍ର ଉପରେ ଆଉ କିଛି ବିସ୍କୁଟ ଉପରେ ନିର୍ଭର କରି ଚଳୁଥିବା ଦେଖିବାକୁ ମିଳିଛି ।ସେହିପରି ସହରର ସମସ୍ତ ବ୍ୟାପାର ଏକ ପ୍ରକାର ଠପ ଦେଖା ଦେଇଛି ।ଦୋକାନ ବଜର ବନ୍ଦ ଯୋଗୁଁ ରାସ୍ତାଘାଟ ଖାଁ ଖାଁ ଦେଖିବାକୁ ମିଳୁଛି ।ସହର ଦେଇ ଯାତାୟାତ କରୁଥିବା ବସ ଗୁଡ଼ିକ ମଧ୍ୟ ଖାଲି ଥିବା ଦେଖିବାକୁ ମିଳୁଛି ।ସେହିପରି ପ୍ରଶାସନ ତରଫରୁ ଅଚଂଳରେ ବାହାଘର,ବ୍ରତ ଘର.ସଭା ସମିତି,ଭୋଜି ଭାତକୁ ମଧ୍ୟ ପ୍ରଶାସନ ତରଫରୁ ସମ୍ପୁର୍ଣ ରୂପେ ବନ୍ଦ କରିଦିଆଯାଇଛି । ପୌର ପରିଷଦ ତରଫରୁ ସହରର ପରିମଳ ବ୍ୟବସ୍ଥାକୁ ଯୋରଦାର କରଯାଇଛି । ହିଞ୍ଜିଳି ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପୀନାଥ କୂଅଁର,ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ,ହିଞ୍ଜିଳି ଆଇ.ଆଇ.ସି ଅଭିମନ୍ୟୁ ଦାସ ପ୍ରମୁଖ ବିଭିନ୍ନ ଅଚଂଳ ଗ୍ରସ୍ତ କରି ପରିସ୍ଥିତି ଉପରେ ତିକ୍ଷ୍ଣଣ ଦୃଷ୍ଟି ରଖିଛନ୍ତି ।ସହରରେ ମାସ୍କ ସମେତ ସାନିଟାଇଜରର ଅଭାବ ବର୍ତମାନ ସୁଧା ପରିଲକ୍ଷିତ ହେଉଛି ।ନିହାତି ଆବଶ୍ୟକ ନଥିଲେ ବାହାରକୁ ବାହାରିବା ନିମନ୍ତେ ପ୍ରଶାସନ ତରଫରୁ ଲୋକ ମାନଙ୍କୁ ନିବେଦନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ