ବଜାର ଶୁନସାନସଟଡାଉନ ପ୍ରଭାବ

ଭୁବନ, : ଢେଙ୍କାନାଳ ଜିଲ୍ଲାକୁ ୧୦ ହଜାରରୁ ଉର୍ଦ୍ଧ୍ୱ ପ୍ରବାସୀ ଆସିଥିବା ବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ ରେ ପହଁଚିଥିବାରୁ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଚିଠି ନଂ-୫୯୯୦ ତା୨.୭.୨୦୨୦ ରେ ଜୁଲାଇ ୩୧ ପର୍ଯ୍ୟନ୍ତ ପ୍ରତି ଶନିବାର ଓ ରବିବାର ଦୁଇଦିନ ସମଗ୍ର ଜିଲ୍ଲାରେ ସଟଡାଉନ ଘୋଷଣା କରିଛନ୍ତି । ଭୁବନରେ ସଟଡାଉନ ଏକଦମ କଡାକଡି ଭାବେ ପାଳନ କରାଯାଇଥିବାରୁ ସମସ୍ତ ଦୋକାନ,ବଜାର,ଦୈନିକ ପରିବା ମାର୍କେଟ ସଂଫୂର୍ଣ୍ଣ ବନ୍ଦ ଥିଲା । ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କ୍ଷୀର, ପାଉଁରୁଟି ମଧ୍ୟ ମିଳିନଥିଲା । କାଁ ଭାଁ ଲୋକ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଥିଲା । ଭୁବନ ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ପ୍ରତ୍ୟେକ ସାହି,ଛକ ଓ ବଜାର ମାନଙ୍କରେ ୨/୩ ଜଣ ପୋଲିସ କର୍ମଚାରୀ ଡ୍ୟୁଟି କରୁଥିଲେ । ଭୁବନ ବ୍ଲକ ଧଳପଡା ପଂଚାୟତ ଅନଳ ଶ୍ରୀ ଅରବିନ୍ଦ ବିଦ୍ୟାପୀଠ କ୍ୱାରେନଟାଇନ ସେଂଟରରେ ଜନୈକ ପ୍ରବାସୀ ଙ୍କର କରୋନା ପଜିଟିଭ ରିପୋର୍ଟ ଆସିବା ପରେ ସମଗ୍ର ଭୁବନ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଲୋକମାନେ ସଚେତନ ହୋଇ ସତର୍କତା ପୂର୍ବକ ଆଜି ଘରୁ ପଦାକୁ ବାହାରିନଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ