ବଜାର ସଂକୀର୍ତ୍ତନ କମିଟି ତରଫରୁ ୧୦୩ ତମ ଅଖଣ୍ଡ ଚବିଶ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ବ‌ହୁ ପୁରାତନ ଦୈନିକ ବଜାରର ସଂକୀର୍ତ୍ତନ କମିଟି ତରଫରୁ ୧୦୩ ତମ ଅଖଣ୍ଡ ଚବିଶ ପ୍ରହର ନାମ ଯଜ୍ଞ ପବିତ୍ର ରାମନବମୀରୁ ଆରମ୍ଭ ହୋଇ ବୁଧବାର ୧୩ ତାରିଖ ଦିନ ସଂପନ୍ନ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଝାଡ଼ଖଣ୍ଡ , ପଶ୍ଚିମବଙ୍ଗ ଏବଂ ରାଇରଙ୍ଗପୁର ଆଖପାଖ ଅଂଚଳର ପ୍ରଷିଦ୍ଧ ୭ଟି ସଂକୀର୍ତ୍ତନ ଦଳ ତରଫରୁ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା ।ଦିର୍ଘ ଦୁଇବର୍ଷ ହେଲ କରୋନା ମହାମାରୀ ଯୋଗୁଁ ନାମ ଯଜ୍ଞ ଆକର୍ଷଣୀୟ ଭାବେ ହୋଇପାରୁନଥିଲା ।ଏବର୍ଷ କଟକଣା ନ ଥିବାରୁ ବହୁ ଆଡୁ ଶ୍ରଦ୍ଧାଳୁ ଆସି ନିତାଇ ଗୌରଙ୍କ ଆଶୀର୍ବାଦ ନେଇଥିଲେ ।କମିଟି ତରଫରୁ ସବୁଦିନ ପ୍ରସାଦ ବଣ୍ଟନ କରାଯାଉଥିଲା ।ବହୁ ଦର୍ଶକ ଗଣ ସଂକୀର୍ତ୍ତନ ଦଳର ପରିବେଷଣ ଉପଭୋଗ କରିଥିଲେ । ସଂକୀର୍ତ୍ତନ ଯୋଗୁଁ ଏଠାରେ ଏକ ଶକ୍ତିମୟୀ ପରିବେଶ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ