ବଜେଟ୍ରୁ ଓଡିଶାକୁ କମ ଅର୍ଥ ମିଳିବାଯୁକ୍ତିର ଆଧାର ନାହିଁ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଆକଳନ ତୁଳନାରେ ଚଳିତ ବଜେଟରେ ଓଡିଶାକୁ କମ୍ ଅର୍ଥ ମିଳିବା ଅଭିଯୋଗର କୌଣସି ଆଧାର ନାହିଁ ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆଦିଲ୍ଲୀରୁ ଭୁବନେଶ୍ୱର ପହଁଚିବା ପରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତରରେ କହିଛନ୍ତି ଯେ ରେଳ ବଜେଟରେ ସଂପୂର୍ଣ୍ଣ ତଥ୍ୟ ଏପର୍ଯ୍ୟନ୍ତ ସର୍ବଜନୀନ ହୋଇନାହିଁ । ମୁଖ୍ୟ ବଜେଟ୍ର ସମସ୍ତ ବିବରଣୀ ମଧ୍ୟ ପବ୍ଲିକ୍ ଡୋମେନରେ ନାହିଁ । ଏପରିସ୍ଥଳେ ଓଡିଶାକୁ କମ୍ ଅର୍ଥ ମିଳିବା କିଛି ରାଜନେତାଙ୍କ
ଅର୍ଥଶାସ୍ତ୍ରୀ ହେବାର କଳ୍ପନା ପ୍ରସୂତ କଥା ବୋଲି କହିଛନ୍ତି । ଚଳିତ ବଜେଟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଅଧିକ ରାସ୍ତା, ଆବାସ ଯୋଜନାରେ ଅଧିକ ଘର, ଏସଏସଜି ମହିଳାମାନଙ୍କୁ ୫ ହଜାର ଟଙ୍କାର ଓଭରଡ୍ରାଫ୍ଟ ଓ ମୁଦ୍ରା ଯୋଜନାରେ ଅଧିକ ଋଣ ମିଳିବ । ସେହିରି କୃଷିକୁ ଏକ ନୂଆ ଢାଂଚାକୁ ନେବା ପାଇଁ କୃଷି ଉତ୍ପାଦନକାରୀ ସଂସ୍ଥା ବହୁତ ବଡ ମାଧ୍ୟମ ହେବ ଓଡିଶା ମୋଦିଙ୍କ ସବୁ ଗରିବ କଲ୍ୟାଣ ଯୋଜନାର ସିଂହ ଭାଗ ପାଇବ ବୋଲି କହିଛନ୍ତି । ପୋଲାଭରମ ପ୍ରକଳ୍ପକୁ କଂଗ୍ରେସର ସମାଲୋଚନା ପ୍ରଶ୍ନର ଉତରରେ କହିଛନ୍ତି ଯେ କଂଗ୍ରେସ ଦଳର ନୈତିକତା ନାହିଁ । କଂଗ୍ରେସ ଦଳକୁ ବଡ ଆତ୍ମସମୀକ୍ଷା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ଯେ ପୋଲଭରମ ପ୍ରକଳ୍ପ କଥା ଉଠାଇବା ପାଇଁ କଂଗ୍ରେସ ଦଳର କିଛି ନୈତିକତା ଅଛି କି? ୨୦୦୫ରେ ଏକତରଫା ଭାବେ ଓଡିଶାର ଆଦିବାସୀମାନଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ କେଉଁମାନେ ପୋଲାଭରମକୁ ନିର୍ମାଣ କରିବା ପାଇଁ ଅନୁମତି ଦଲେ ? ସେହି ସମୟରେ କଂଗ୍ରେସ ଦଳର ସରକାର ଦିଲ୍ଲୀରେ ଏବଂ ଆନ୍ଧ୍ର୍ରଦେଶରେ ଥିଲା । କଂଗ୍ରେସର ବିଧାୟକମାନେ ତାଙ୍କର ଇଜ୍ଜତ ବଂଚାନ୍ତୁ । ଏଥର ନିର୍ବାଚନରେ ବହୁତ ଖରାପ ଅବସ୍ଥାରେ ଓଡିଆ ଲୋକମାନେ ତାଙ୍କୁ ରଖିଲେ । ଭାରତବର୍ଷର ଲୋକମାନେ କଂଗ୍ରେସ ଦଳ ଓ ତାଙ୍କ ଅହଙ୍କାରୀ ନେତାଙ୍କୁ ପ୍ରତ୍ୟାଖ୍ୟାାନ କଲେ । ତୈଳ ଦର ବଢିବା ପ୍ରଶ୍ନରେ କହିଛନ୍ତି ଯେ ଦେଶରେ ସାମଗ୍ରିକ ଉନ୍ନତି ପାଇଁ ଅର୍ଥର ଆବଶ୍ୟକତା ରହିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ତୈଳର ଦର କମିବା ଆରମ୍ଭ ହୋଇଥିବା ବେଳେ ଏହାର
ସୁଯୋଗ ଭାରତୀୟ ଅର୍ଥ ବ୍ୟବସ୍ଥା ନେବା ଉଚିତ୍ । ପାଟକୁରା ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟୀ ହେବେ । ନିଜସ୍ୱ ଢଙ୍ଗରେ ବିଜେପି ରଣନୀତି ପ୍ରସ୍ତୁତ କରିଥିବା କରିଛନ୍ତି । କେନ୍ଦ୍ର ବଜେଟକୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିବା ପ୍ରଶ୍ନରେ କହିଛନ୍ତି ରାଜନୈତିକ ପ୍ରତିଦ୍ୱନ୍ଦୀ ତା ବାଟରେ ହେବା ଉଚିତ୍ । କେନ୍ଦ୍ର ବଜେଟକୁ ଓଡିଶାର ମୁଖ୍ୟମନ୍ତ୍ରୀ ପ୍ରଂଶସା କରିବା ସ୍ୱାଗତଯୋଗ୍ୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ