ବଜେଟ୍‌କୁ ଦୁର୍ବଳ ବୋଲି ଅଭିହିତ କଲେ ରାହୁଲ୍‌

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗତ କରାଯାଇଥିବା ବଜେଟ୍‌କୁ ଦୁର୍ବଳ ବୋଲି ଅଭିହିତ କରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ବଜେଟ୍‌ରେ ସାଧାରଣ ଲୋକଙ୍କ ପାଇଁ କିଛି ବି ଦୃଢ ବ୍ୟବସ୍ଥା କରାଯାଇନାହିଁ । ବେକାରୀ ଦେଶର ବଡ ସମସ୍ୟା ହୋଇଥିବା ବେଳେ ବଜେଟ୍‌ରେ ବେକାରୀ ସମସ୍ୟା ଦୂର କରିବା ପାଇଁ କିଛି ଠୋସ୍‌ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ନୂତନ ନିଯୁକ୍ତି ସୃଷ୍ଟି ପାଇଁ କୌଣସି ଘୋଷଣା କରାଯାଇନଥିବାରୁ ଏହି ବଜେଟ୍‌ ଏକ ଦୁର୍ବଳ ବଜେଟ୍‌ ବୋଲି ରାହୁଲ୍‌ କହିଛନ୍ତି । ସେହିପରି ୨୦୦୮ ମସିହାରେ କଂଗ୍ରେସ ସରକାରଙ୍କ ପରି କୃଷିଋଣ ଛାଡ କରିବା ପାଇଁ ରାହୁଲ ଦାବି କରିଛନ୍ତି । ସେହିପରି ଖାଦ୍ୟ ମାନ୍ଦାବସ୍ଥା ୧୪ ପ୍ରତିଶତ ଅତିକ୍ରମ କରିଥିବା ବେଳେ ସରକାର ଏହା ଉପରେ ନିରବତା ଅବଲମ୍ବନ କରିବା ନେଇ ରାହୁଲ ପ୍ରଶ୍ନ ଉଠାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ