ବଜେଡିରୁ ଇସ୍ତଫା ଦେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ

ଜଣେ ପରେ ଜଣେ ନେତା ବିଜେଡି ଛାଡ଼ୁଛନ୍ତି। ଗତକାଲି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଦଳ ଛାଡ଼ିଥିବା ବେଳେ ଆଜି ନୀଳଗିରି ବିଧାୟକ ଇଂ. ସୁକାନ୍ତ ନାୟକ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି।ସୁକାନ୍ତ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି,“ମୋତେ ନୀଳଗିରି ବିଧାୟକ କରିଥିବାରୁ ମୁଁ ଆପଣଙ୍କ ନିକଟରେ କୃତଜ୍ଞ। କିନ୍ତୁ ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି। ଏକ ମିଶ୍ରଣପର୍ବରେ ମୋତେ ଅଣଦେଖା କରାଯାଇଛି। ଯାହାଙ୍କ ମିଶ୍ରଣ ପର୍ବରେ ମୋତେ ଅଣଦେଖା କରାଯାଇଥିଲା, ସେ ୨୦୧୪ରେ ୧୩,୦୦୦ ଭୋଟ୍‌ରେ ହାରିଥିଲେ।” ଏହା ସହିତ ସେ ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତିଙ୍କ ନାଁରେ ବି ସେ ଅଭିଯୋଗ କରିଛନ୍ତି। ସୁକାନ୍ତ ଲେଖିଛନ୍ତି, ଜିଲ୍ଲା ବିଜେଡି ସଭାପତି ଦେଉଥିବା ମାନସିକ ନିର‌୍ୟାତନା ଦିନକୁ ଦିନ ଅସହ୍ୟ ହୋଇଯାଇଥିଲା। ଏହା ମୋତେ ଖୁବ୍ ବାଧିଛି। ତେଣୁ ମୁଁ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ