ବଜ୍ରଘାତ ରେ ୫ ଗୁରୁତର

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା କଠୋଘାଟି ଗ୍ରାମରେ ରେ ବଜ୍ରାଘାତରେ ଜଣ କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ଆହତ ହୋଇ ଭିନ୍ନ ଦୁଇଟି ଡାକ୍ତରଖାନା ରେ ଚିକିତ୍ସଛିତ ହେଉଛନ୍ତି।ଗୁରୁତର ଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିଛନ୍ତି।ତେବେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡାକ୍ତରଖାନା ସୂତ୍ର ରୁ ଜଣାପଡିଛି।ହରିଚନ୍ଦନପୁର ଥାନା ଟାଙ୍ଗିରିଆପାଳ କୋଠଘାଟି ସାହି ଠାରେ ସାହିର ନବ ବିବାହିତ ଯୁବକ ଜିତେନ୍ଦ୍ର ମୁର୍ମୁଙ୍କର ଆଜି ଥିଲା ଚତୁର୍ଥୀଭୋଜି । ଭୋଜି ର ଆୟୋଜନ ନେଇ ଦାଣ୍ଡ ଦୁଆରେ ଜିତେନ୍ଦ୍ର ଙ୍କ ସମେତ ପରିବାର ବର୍ଗ ଓ ବନ୍ଧୁ ବାନ୍ଧବ ଉପସ୍ଥିତ ଥିବା ସମୟରେ ହଠାତ ବଜ୍ରପାତ ଘଟିଥିଲା।ଫଳରେ ଜିତେନ୍ଦ୍ର, ମାଇଁ ସୁଲୋଚନା ମାମୁଁ ଫଗୁରାମ ,ସାନ ଭାଇ ମୁନା ଓ ଅନ୍ୟ ଜଣେ ସମ୍ପର୍କୀୟ ଭାଇ ଗୁରୁତର ହୋଇ ତଳେ ଅଚେତ ହୋଇ ପଡିଯାଇଥିଲେ।ଗାଁ ଲୋକ ମାନଙ୍କ ସହାୟତା ରେ ସମସ୍ତ ଗୁରୁତର ଙ୍କୁ ନିକଟସ୍ଥ କେଶଦୁରାପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ମାତ୍ର ଜିତେନ୍ଦ୍ର ଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ସେଠାରୁ ତାଙ୍କୁ ଆନନ୍ଦପୁର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା।ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ