ବଜ୍ରପାତରେ ଆହତ ଙ୍କୁ ବିଧାୟକ ଭେଟିଲେ

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ଅପରାହ୍ନ ରେ ଆକସ୍ମିକ କାଳ ବୈଶାଖୀ ଆସିବାରୁ ବଜ୍ରପାତ ଘଟିଥିଲା। ପୁରୀ ଜିଲ୍ଲା ଚାରିଛକ ଥାନା କନ୍ତିଆ ଗ୍ରାମର ୫ ଜଣ ବ୍ୟକ୍ତି ଆହତ ହୋଇ ଚିକିତ୍ସା ପାଇଁ ଚାରିଛକ ଗୋଷ୍ଟି ସ୍ବାସ୍ଥ୍ୟ ରେ ଭର୍ତ୍ତି ହୋଇଥିବାବେଳେ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ଲାଗି ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।କନ୍ତିଆ ଗ୍ରାମର କୁଳମଣି ବାରିକ (୬୫), ତ୍ରିନାଥ ସେଠୀ(୨୫),ସିଲୁସେଠୀ(୧୪), ସୁବାସ ସେଠୀ(୫୫), ଆୟୁଷ ସେଠୀ (୬) ପ୍ରମୁଖ ଚାରିଛକ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସାଧୀନ ଥିବାବେଳେ ଖବର ପାଇ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ସଂନ୍ଧ୍ୟାରେ ସ୍ଵାସ୍ଥ୍ୟକେନ୍ଦ୍ର ଯାଇ ଆହତ ୪ ଜଣ ଙ୍କ ସହିତ ସାକ୍ଷାତ କରି ଥିଲେ। ଚିକିତ୍ସା କରୁଥିବା ଡାକ୍ତରଙ୍କ ସହିତ ବିଧାୟକ ଆଲୋଚନା କରି ସମସ୍ତ ଙ୍କୁ କିପରି ଉନ୍ନତ ମାନର ଚିକିତ୍ସା ଯୋଗାଇ ଦେଇହେବ ସେ ସମ୍ପର୍କ ରେ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ