ବଜ୍ରପାତରେ ଚାଷୀଙ୍କ ମୃତୁ୍ୟ

ହାଟଡିହିି, (ବିକାଶ ବିଶ୍ୱାଳ):ବଜ୍ରପାତରେ ଜଣେ ଚାଷୀଙ୍କ ମୃତୁ୍ୟ ଘଟିଛି । ମୃତ ଚାଷୀ ଜଣକ ହେଉଛନ୍ତି ହାଟଡିହି ଗ୍ରାମର ପଦ୍ମନାଭ ପହି । ସେ ଆଜି ମଧ୍ୟାହ୍ନରେ ହାଟଡିହି ତହସିଲ ପଛପାଖେ ଥିବା ନିଜ ବିଲକୁ କାମ ଦେଖିବାକୁ ଯାଇଥିବାବେଳେ ବର୍ଷା ହେବାରୁ ସେ ପାଖରେ ଥିବା ଏକ ଗଛ ନିକଟରେ ଆଶ୍ରୟ ନେଇଥିଲେ । ଏହି ସମୟରେ ବଜ୍ରପାତ ହେବାରୁ ସେ ଚେତାଶୁନ୍ୟ ହୋଇ ତଳେ ପଡିଯାଇଥିଲେ । ତାଙ୍କ ପାଖରେ ସେହି ଗଛମୁଳେ ଠିଆ ହୋଇଥିବା କାଳନ୍ଦୀ ମୁଖୀ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କର ଆଶ୍ଚର୍ଯ୍ୟ ଜନକ ଭାବେ କିଛି ବି କ୍ଷତି ହୋଇ ନଥିଲା । ଖବରପାଇ ପଦ୍ମନାଭଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ତୁରନ୍ତ ଆନନ୍ଦପୁର ଡାକ୍ତରଖାନାକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ଦୀର୍ଘବର୍ଷ ଧରି ହାଟଡିହି ହାଇସ୍କୁଲ ଛକରେ ବ୍ୟବସାୟ କରି ସମସ୍ତଙ୍କ ପ୍ରୀୟପାତ୍ର ଥିଲେ । ତାଙ୍କର ଏପରି ଆକଷ୍ମିକ ମୃତୁ୍ୟରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ