ବଜ୍ରପାତରେ ଦୁଇ ଆହତ

ବେଗୁନିଆ (ଜୁଗାବ୍ଦ ନ୍ୟୁଜ୍‍):ଗତକାଲି ବିଳମ୍ବିତ ରାତିରେ କାଳ ବୈଶାଖୀ ବର୍ଷା ସାଙ୍ଗକୁ ପବନ ଓ ବଜ୍ରପାତ ଘଟି ବେଗୁନିଆ ବ୍ଲକ୍ ସିକୋ ଫାଣ୍ଡି ଅନ୍ତର୍ଗତ ହଜ ଗ୍ରାମର ଗୋଡ଼ିସାହିର ୨ଜଣ ମହିଳା ଆହତ ହେବଳସହ ଏକ ନଡ଼ିଆ ଗଛ ଜଳିଯାଇଛି । ଖବର ପାଇ ରଣପରରୁ ଦମକଳ ଆସି ନିଆଁକୁ ଆୟତ୍ତ କରିଥିବା ବେଳେ ଆହତ ଦୁଇ ମହିଳାଙ୍କୁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆନନ୍ଦ ବେହେରାଙ୍କ ସ୍ତ୍ରୀ ଜେମାମଣୀ ବେହେରା (୩୫) ଓ ତାଙ୍କ ଭାଇ ଦିବାକର ବେହେରାଙ୍କ ସ୍ତ୍ରୀ (୩୦) ଘରେ ଥିବାବେଳେ ବାଡ଼ିରେ ଥିବା ନଡ଼ିଆ ଗଛ ଜଳି ଯିବା ସହ ବାଡ଼ିଘର କାନ୍ଥ ଓ ଘରର ଶେଣି ଫାଟି ଆହତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ