ବଜ୍ରପାତରେ ମଇଁଷି ମୃତ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ):-ହିଞ୍ଜିଳି ଅଞ୍ଚଳରେ ସୋମବାର ଅପରାହ୍ନ ପ୍ରାୟ ୫ ଘଣ୍ଟା ସମୟରେ ଘଡଘଡି ସହ ଅସରାଏ ବର୍ଷା ହୋଇଥିଲା।ପ୍ରାୟ ଅଧ ଘଣ୍ଟା ଧରି ବର୍ଷା ହେବା ସହ ଆଖ ପାଖ ଅଞ୍ଚଳରେ ତୁହାକୁ ତୁହା ବଜ୍ରପାତ ହୋଇଥିଲା। ସ୍ଥାନୀୟ ବ୍ଳକ ଅନ୍ତର୍ଗତ ଖଣ୍ଡରା ଗ୍ରାମର ମାଗୁରା ଵିଲ ନିକଟରେ ବଜ୍ରପାତ ଘଟି ଏକ ମଇଁଷିର ମୃତ୍ୟୁ ହୋଇଥିବା ଜଣାପଡିଛି। ସମ୍ପୃକ୍ତ ଗ୍ରାମର ରାଜେନ୍ଦ୍ର ଗୌଡ଼ ମଇଁଷି ପଲ ଧରି ସେଠାରେ ଥିବା ବେଳେ ଅଚାନକ ବଜ୍ରପାତ ଘଟି ଘଟଣା ସ୍ଥଳରେ ମଇଁଷି ଟିର ମୃତ୍ୟୁ ଘଟିଛି ଏବଂ ଅନ୍ୟ କେହି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି।ଏନେଇ ଉପାଧ୍ୟକ୍ଷା ପ୍ରତିନିଧି ଶୋକ କୁମାର ପଣ୍ଡା, ସରପଞ୍ଚ ଲକ୍ଷ୍ମଣ ଗୌଡ଼ ଓ ଗ୍ରାମବାସୀ ତହସିଲଦାର ଗୋପୀନାଥ କୁଅଁର ଓ ଗୋଷ୍ଠୀ ପଶୁ ଚିକିତ୍ସାଧିକାରୀ ଡଃ ଲମ୍ବୋଦର ମହାପାତ୍ରଙ୍କୁ ଅବଗତ କରି ସରକାରୀ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି।