ବଜ୍ରପାତରେ ମହିଳା ମୃତ

ସାନଖେମୁଣ୍ଡି (ପଦ୍ମଲୋଚନ ପାଣିଗ୍ରାହୀ): ଆଜି ସାନଖେମୁଣ୍ଡି ଅଞ୍ଚଳ ରେ ବଜ୍ରପାତ ରେ ଜଣେ ମହିଳାଙ୍କ ଅକାଳ ଦୁଃଖଦ ବିୟୋଗ ହୋଇଛି । ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ କଉଡ଼ିଆ ପଞ୍ଚାୟତର ବଉଳଘାଇ ଗ୍ରାମର ଜଣେ ମହିଳା କୃଷିଶ୍ରମିକ ଚାଷ ଜମିରେ ଧାନ କ୍ଷେତ ରେ କାମ କରୁଥିଲା ବେଳେ ସନ୍ଧ୍ୟା ରେ ବର୍ଷା ସହ ପ୍ରବଳ ଘଡଘଡି ହୋଇଥିଲା। ବର୍ଷା ଓ ଘଡଘଡି କୁ ଦେଖି ମହିଳା ଜଣକ ଘରକୁ ଫେରୁଥିବା ବେଳେ ପ୍ରବଳ ବଜ୍ରପାତ ରେ ମହିଳା ଜଣକ ଅକାଳ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ବଉଳଘାଇ ଗ୍ରାମର ଭଞ୍ଜ ଭୂୟାଁଙ୍କ ପତ୍ନୀ ପ୍ରତିମା ଭୂୟାଁ ୪୨ଆଜି ଉପର ବେଳା ଧାନ କ୍ଷେତରେ କାମ କରିବାକୁ ଯାଇଥିଲେ। ସନ୍ଧ୍ୟା ୬ ଟା ବେଳେ ବର୍ଷା ବଜ୍ରପାତ କୁ ଦେଖି ଘରକୁ ଫେରୁଥିବା ବେଳେ ତାଙ୍କ ଉପରେ ବଜ୍ରାଘାତ ହୋଇଥିଲା। ବଜ୍ରପାତ ରେ ମହିଳା ଙ୍କ ଛାତି ସମେତ ଶରୀର ର ଅଧା ଅଂଶ ଜଳି ଯିବା ସହ କାନ ଆଖି ରୁ ଭୀଷଣ ରକ୍ତ ବାହାରିଥିଲା । ଗ୍ରାମବାସୀ ଙ୍କ ଦ୍ଵାରା ତାଙ୍କୁ ଆଡପଡ଼ା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସମିତିସଭ୍ୟ ଅମିନ ପ୍ରଧାନ ତଦନ୍ତ ସହ ବଜ୍ରପାତ ରେ ମୃତକ ପରିବାର କୁ ସହାୟତା ପାଇଁ ସ୍ଥାନୀୟ ତହସିଲଦାର ଓ ପୋଲିସ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ