ବଜ୍ରପାତରେ ମହିଳା ମୃତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ରବିବାର ଅପରାହ୍ନ ୪ ଟା ସମୟରେ ବଜ୍ରପାତ ଘଟି ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଜଣକ ହିଞ୍ଜିଳି ଥାନା ତଥା ଆଡପଡା ଫାଣ୍ଡି ବଉଳଘାଇ ଗ୍ରାମର ଭଞ୍ଜ ଭୂୟାଁଙ୍କ ସ୍ତ୍ରୀ ପ୍ରତିମା ଭୁୟାଁ (୪୨) । ଏ ନେଇ ହିଞ୍ଜିଳି ଥାନାରେ ନଂ- ୯/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ପୁଲିସ ମୃତଦେହକୁ ଜବତ କରିଛି । ସୋମବାର ବ୍ୟବଛେଦ ସକାଶେ ମୃତଦେହକୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଯିବ ବୋଲି ଥାନା ଏ ଏସ.ଆଇ. ତଥା ଆଡପଡା ଫାଣ୍ଡି ଅଧିକାରୀ ରାଜନ ବିଷୋୟୀ କହିଛନ୍ତି । ପ୍ରକାଶ ଯେ, ରବିବାର ଅପରାହ୍ନରେ ମହିଳା ଜଣକ ଚାଷ ଜମିରେ କାମ କରୁଥିଲେ । ଅପରାହ୍ନ ପ୍ରାୟ ସାଢେ ୫ଟାରେ ପ୍ରବଳ ବର୍ଷା ସହ ବିଜୁଳି ଦେଖା ଦେଇଥିଲା । ଏହି ସମୟରେ ହଠାତ ବଜ୍ରପାତ ଘଟିବ ଫଳରେ ମହିଳା ଜଣଙ୍କ ସେହି ଚାଷଜମିରେ ଟଳି ପଡ଼ିଥିଲେ । ଗ୍ରାମବାସୀ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ୧୦୮ ଆମ୍ବୁଲାନ୍ସ ଯୋଗେ ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡ଼ାକ୍ତର, ମହିଳାଙ୍କୁ ମୃତ ଘୋଷଣା କରିଥିଲେ ।