ବଜ୍ରପାତରେ ୧ ମୃତ ୧ ଗୁରୁତର
ଭଞ୍ଜନଗର,(ଯୁଗାବ୍ଦ ନ୍ୟୁଜ୍) : ଭଞ୍ଜନଗର ଡୁମାକୁମ୍ପା ଗ୍ରାମରେ ବଜ୍ରପାତ । ବଜ୍ରପାତରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହାତ ହୋଇଛନ୍ତି ।ମିଳିଥିବା ସୂଚନା ଅନୁଯାୟୀ ଦୁହେଁ ଛେଳି ଚରାଇବାକୁ ଯାଇଥିବା ବେଳେ ହଠାତ୍ ବର୍ଷା ସହ ବଜ୍ରପାତ ହୋଇଥିଲା ।ବଜ୍ରପାତରେ ୨୫ ବର୍ଷିୟ ଯୁବକ ଅମୁଲ୍ୟ ଗୈାଡଙ୍କ ମୃତ୍ୟୁ ହୋଇଥିବା ବେଳେ ୫୬ ବର୍ଷୀୟ ଝୁରିଆ ଗୈାଡ ଗୁରୁତର ଆହାତ ହୋଇଛନ୍ତି । ଆହାତଙ୍କୁ ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରାଯାଇଥିଲା ।ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତିକରାଯାଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ପଞ୍ଚନାମା ନିମନ୍ତେ ପଠାଇଛି ।