ବଜ୍ରପାତରେ ୫ଜଣଙ୍କ ମୃତ୍ୟୁ ୨ଗୁରୁତର
କେନ୍ଦ୍ରାପଡା – କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବୁଧବାର ମଧ୍ୟାହ୍ନରେ ବଜ୍ରପାତ ଘଟି ୫ ଜଣଙ୍କ ଜୀବନ ହାନୀ ଘଟିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଜିଲ୍ଲାର ଗରଦପୁର ବ୍ଲକରେ ୨ ଜଣ ମୃତ୍ୟୁ ବରଣ କରିଥିବା ବେଳେ ମହାକାଳପଡା ବ୍ଲକରେ ୨ ଜଣ ଏବଂ ମାର୍ଶାଘାଇ ବ୍ଲକରେ ଜଣେ ମୃତ୍ୟୁ ବରଣ କରିଛନ୍ତି । ଗରଦପୁର ବ୍ଲକ ମରିଲୋ ଗାଁର ଦିଲ୍ଲୀପ ମଲ୍ଲିକ (୪୬) ଗୋତ୍ରୀବିଲ ଗାଁର ଅଜୟ ନାୟକ(୪୮) ବିଲରେ •ଷ କରୁଥିବା ବେଳେ ବଜ୍ରପାତରେ ମୃତ୍ୟୁ ବରଣ କରିଥିବା ବେଳେ ମହାକାଳପଡା ବ୍ଲକର କରଞ୍ଜ ଗ୍ରାମର ପପୁନି ଦାସ(୨୨) ଓ ରଙ୍ଗାଣୀ ବେହେରା (୪୮) ମାର୍ଶାଘାଇ ଥାନା ଅନ୍ତର୍ଗତ ନାରଣପୁର ଗ୍ରାମର ବିଜୟ ନାୟକ(୬୫) ବିଲକୁ ଖାଇବା ନେଇ ଯାଇଥିବା ବେଳେ ମୃତ୍ୟୁ ବରଣ କରିଥିବା ବେଳେ ଦୋଳଗୋବିନ୍ଦ ଦାସ ନାମକ ଜଣେ Pûଷୀ ବଜ୍ରପାତରେ ଗୁରୁତର ହୋଇ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି । ଏହି •ଷୀମାନେ ବିଲରେ କାମ Pûଷୀ କରୁଥିଲେ । ବୁଧବାର ମଧ୍ୟାହ୍ନ ସମୟରେ ହଠାତ୍ ବର୍ଷା ସହିତ ବଜ୍ରପାତ ହେବାରୁ Pûଷୀ ମାନଙ୍କ ମଧ୍ୟରୁ ପପୁନି ଦାସ, ରଙ୍ଗଣୀ ବେହେରା, ବିଜୟ ନାୟକ ଜମିରେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ୨ ଜଣଙ୍କୁ ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ୫ ଜଣଙ୍କ ଶବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଛେଦ ନିମନ୍ତେ ପହଞ୍ଚିବା ପରେ ସେଠାରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଶବ ଗୁଡିକୁ ବ୍ୟବଛେଦ କରାଯାଇ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଡାକ୍ତରଖାନା ସୁତ୍ରରୁ ଜଣାପଡିଛି ।


