ବଜ୍ରପାତ ନେଲା ସ୍ତ୍ରୀ ସମ୍ମୁଖରେ ସ୍ୱାମୀର ଜୀବନ
ମାନବ ସମାଜରେ ମୃତ୍ୟୁ କାହାର କେମିତି ଓ କେତେ ବେଳେ ମୃତ୍ୟୁ ହେବ କହିବା ସୁସ୍କିଲ । ପ୍ରାକୃତିକ ଦୁର୍ବିପାକ ଓ ବଜ୍ରପାତରୁ ରକ୍ଷା ପାଇବା ପାଇଁ ଜୀବନ ବଞ୍ଚାଇବା ପାଇଁ ଉଭୟେ ସ୍ୱାମୀ ଓ ସ୍ତ୍ରୀ ରୋଷେଇ ଶାଳେ ଆଶ୍ରୟ ନେଇଥିଲେ । କାଳେ ବଜ୍ରପାତ ହେବାର ସମ୍ବାବନା ରହିଥିବାରୁ ଜୀବନକୁ ରକ୍ଷା କରିବା ନିମନ୍ତେ ଆଶ୍ରୟ ନେଇଥିଲେ ଦୁଇ ପକ୍ଷୀ କିନ୍ତୁ ଧର୍ମପତ୍ନୀ ସାମ୍ନାରେ ସ୍ୱାମୀକୁ ଆଘାତ କରିଥିଲା ବଜ୍ରପାତ । ବଜ୍ରପାତରେ ଗୁରୁତର ଆହାତ ହୋଇ ସ୍ତ୍ରୀ ସାମ୍ନାରେ ସ୍ୱାମୀ ଗୁରୁତର ଆହାତ ହୋଇଥିଲେ । ଏହା ପରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରାଯାଇଥିଲା ।କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏଭଳି ଏକ ଦୁଖଦ ଘଟଣା ଘଟିଛି ତିହିଡି ତହସିଲ ଅନ୍ତର୍ଗତ କାଁପଡା ପଞ୍ଚାୟତ ଚିଲ ପଦ ଗ୍ରାମରେ । ମିଳିଥିବା ସୂଚନା ଅନୁଯାୟୀ ସ୍ୱାମୀ ଓ ସ୍ତ୍ରୀ ଦୁର୍ହେ ମିଶି ବିଲରେ କାମ କରୁଥିବା ସମୟରେ ହଠାତ ପ୍ରବଳ ବର୍ଷା ଓ ପବନ ଆସିଥିଲା । ଏହା ପରେ ସ୍ୱାମୀ ସ୍ତ୍ରୀ ମିଶି ରୋଷେଇ ଘରେ ଆଶ୍ରୟ ନେଇଥିଲେ । ବଜ୍ରପାତରେ ସ୍ୱାମୀ ଗୁରୁତର ଆହତ ହୋଇ ମୃତ୍ୟୁ ବରଣ କରୁଥବାବେଳେ ଏଭଳି ଘଟଣା ଅଂଚଳରେ ଆଲୋଡନ ସୃଷ୍ଟି କରିଛି । କାରଣ ସ୍ତ୍ରୀ ସମ୍ମୁଖରେ ଚାଲି ଯାଇଛି ସ୍ୱାମୀ ରମେଶ ମଲ୍ଲିକ (୫୦ ) ବୋଲି ଜଣାପଡିଛି । ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।