ବଜ୍ରପାତ ନେଲା ୧ ନାବାଳିକା ଝିଅର ଜୀବନ ୨ ଆହାତ

ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମରେ ଗୁରୁବାର ସକାଳେ ବଜ୍ରପାତ ରେ ଜଣେ ନାବାଳିକାର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହାତ ହୋଇଥିବା ଜଣାପଡିଛି । ମୃତକ ନାବାଳିକାଙ୍କ ପରିଚୟ ସୁଜାତା ଭୋଇ (୧୫) ବୋଲି ଜଣାପଡିଛି । ଖବର ଅନୁଯାୟୀ ସୁଜାତା ଚାଳ ଘରେ ରହିଥିବା ବେଳେ ବଜ୍ରାପାତ ରେ ସେ ଗୁରୁତର ଆହାତ ହୋଇଥିଲେ । ସୁଜାତାଙ୍କୁ ପରିବାର ଲୋକେ ତୁରନ୍ତ ଜଗତସିଂହପୁର ମେଡିକାଲରେ ଭର୍ତ୍ତିକରିଥିଲେ । ହସପିଟାଲରେ ଡାକ୍ତରତାଙ୍କୁ ମୃତ ଘୋଷଣା କରିଥିଲେ ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ ମାମଲା ରୁଜୁ କରିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ