ବଜ୍ରାଘାତରେ ଜଣେ ଚାଷୀଙ୍କ ସମେତ ୪ଗୋଟି ଗାଇର ମୃତ୍ୟୁ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ମୋହନା ବ୍ଲକରେ କାଳବୈଶାଖୀ ଜନିତ ବଜ୍ରାଘାତରେ ଜଣେ ଚାଷୀଙ୍କ ସହ ୪ଗୋଟି ଗାଇର ମୃତ୍ୟୁ ଘଟିଛି । ଘଟଣାରୁ ପ୍ରକାଶ ଯେ,ଗତକାଲି ସଂଧ୍ୟାରେ ମୋହନା ବ୍ଲକର ବାଘମାରି ପଞ୍ଚାୟତର ଅଣ୍ଡରାଗଡ ଗ୍ରାମର ଜଣେ ଚାଷୀଙ୍କର ବଜ୍ରାଘାତରେ ମୃତ୍ୟୁ ଘଟିଛି । ସେହିପରି ୪ଗୋଟି ଗାଇର ମଧ୍ୟ ଏହି ବଜ୍ରାଘାତ ଯୋଗୁଁ ମୃତ୍ୟୁ ଘଟିଥିବା ସୁଚନା ମିଳିଛି । ମୃତ ଚାଷୀ ଜଣକ କାର୍ତ୍ତୀକ ପାଇକ(୪୫) ନିଜ ବଗଡକୁ ଚାଷ କାମରେ ଅପରାହ୍ନ ୫ଘଣ୍ଟା ସମୟରେ ଯାଇଥିଲେ । ହଠାତ୍ ଘଡଘଡି ସହ ବର୍ଷା ହୋଇ ବଜ୍ରପାତ ହୋଇଥିଲା । ସେ ତାଙ୍କ ବଗଡରେ ହିଁ ବଜ୍ରାଘାତ ଯୋଗୁଁ ଟଳି ପଡିଥିଲେ । ଖବର ପାଇ ଗ୍ରାମବାସୀ ତାଙ୍କୁ ଚନ୍ଦ୍ରଗିରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।


