ବଜ୍ରାଘାତରେ ଜଣେ ମହିଳା ଗୁରୁତର
ଦାରିଙ୍ଗବାଡ଼ି,(ଯୁଗାବ୍ଦ ନ୍ୟୁଜ): ଦାରିଙ୍ଗବାଡ଼ି ସ୍ଥିତ ଡଲାବାଡ଼ି ସାହିର କୁଳମଣି ପ୍ରଧାନଙ୍କ ସ୍ତ୍ରୀ ରେଣୁକା ପ୍ରଧାନ(୩୦)ଙ୍କ ବଜ୍ରାଘାତରେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆଜି ଅପରାହ୍ନ ସମୟରେ କାଳବୈଶାଖୀ ବର୍ଷା ସହିତ ଘଡ଼ଘଡ଼ି ହୋଇଥିଲା ।ଏହି ସମୟରେ ଘର ପାଖର ଆମ୍ବ ଗଛରେ ତାଙ୍କର ଦୁଇପୁଅ ରହିଥିଲେ । ବର୍ଷା ହେଉଥିବାରୁ ତାଙ୍କୁ ଆଣିବାକୁ ଯାଇ ଫେରୁଥିବା ସମୟରେ ବଜ୍ରାଘାତ ହୋଇଥିଲା । ବଜ୍ରଘାତରେ ରେଣୁକା ଗୁରୁତର ଆହାତ ହୋଇଥିଲେ । ଆହାତ ରେଣୁକାଙ୍କୁ ଗୁରୁତର ଅବସ୍ଥାରେ ସରକାରୀ ସ୍ୱାସ୍ଥ କେନ୍ଦରେ ଭର୍ତ୍ତିକରାଯାଇଛି ।