ବଜ୍ରାଘାତରେ ଦୁଇ ସ୍କୁଲ ପିଲା ଗୁରୁତର

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଗୁରୁବାର ଅପରାହ୍ନରେ ଦିଗପହଣ୍ଡି ଓ ତା’ର ଆଖପାଖ ଅଞ୍ଚଳରେ ଘଡଘଡି ସହ ପ୍ରବଳ ବର୍ଷା ପରିଲକ୍ଷିତ ହୋଇଛି।ବର୍ଷା ପରବର୍ତ୍ତୀ ବଜ୍ରାଘାତ ଯୋଗୁଁ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବି.ତୁରୁବୁଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୁଇଜଣ ପିଲା ଗୁରୁତର ଆହତ ହୋଇଥିବା ଜଣାପଡିଛି।ଅପରାହ୍ନ ପ୍ରାୟ ସାଢେ ତିନିଟା ସମୟରେ ପିଲାମାନେ ଶ୍ରେଣୀଗୃହରେ ଥିବା ବେଳେ ସ୍କୁଲ ନିକଟରେ ବଜ୍ରାଘାତ ଘଟିଥିଲା।ଫଳରେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଛାତ୍ର ସ୍ବାଧୀନ କୁମାର ସାହୁ (୧୦) ଏବଂ ଅଷ୍ଟମ ଶ୍ରେଣୀ ଛାତ୍ରୀ ରୂପାଲି ଗୌଡ (୧୩)ଙ୍କ ହାତଗୋଡ ଅଚଳ ହୋଇ ଗୁରୁତର ହୋଇ ପଡିଥିଲେ।ସରପଞ୍ଚ ବି ଲିଙ୍ଗରାଜ ଦୋରାଙ୍କ ଉଦ୍ୟମ କ୍ରମେ ସଙ୍ଗେସଙ୍ଗେ ଦୁହିଁଙ୍କୁ ଦିଗପହଣ୍ଡି ଗୋଷ୍ଠି ସ୍ବାସ୍ଥ୍ଯକେନ୍ଦ୍ରକୁ ଆଣି ଚିକିତ୍ସା ଆରମ୍ଭ କରାଯାଇଥିଲା।ଏବିଇଓ ବିଶ୍ରବା ପାଇକ, ସିଆରସିସି ବି.ଆର.ମେନସନ୍ ପ୍ରଧାନ ଏବଂ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସେଠୀ ଚିକିତ୍ସା ଦାୟିତ୍ୱ ତଦାରଖ କରିଥିଲେ।ଚିକିତ୍ସିତ ପରେ ଆହତ ଛାତ୍ରଛାତ୍ରୀ ସୁସ୍ଥ ଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ