ବଜ୍ରାଘାତରେ ୧୦ଟି ବଳଦର ମୃତ୍ୟୁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ବେଡେଗୁଡା ପଞ୍ଚାୟତ ନିକଟସ୍ଥ ଉପଲ ପାଲଟା ଗ୍ରାମରେ ବଜ୍ରପାତ ଘଟି ୧୦ଟି ବଳଦର ମୃତ୍ୟୁ ଘଟିଛି । ଘଟଣାରୁ ପ୍ରକାଶ, ଅପରାହ୍ନ ପ୍ରାୟ ୩ ଘଣ୍ଟା ସମୟରେ ହଠାତ ବର୍ଷା ହେବା ସହ ବଜ୍ରପାତ ହୋଇଥିଲା । ସେହି ସମୟରେ ପାହାଡ ଉପରେ ଥିବା ଏକ ପଥର କରୋଡରେ ବଳଦମାନେ ଆଶ୍ରୟ ନେଇଥିଲେ । ହଠାତ ସେହି ସ୍ଥାନରେ ବଜ୍ରପାତ ହେବା ଯୋଗୁଁ ଘଟଣା ସ୍ଥଳରେ ହିଁ ୧୦ଟି ବଳଦ ମୃତ୍ୟୁବରଣ କରିଥିଲେ । ଏହି ବଳଦ ଗୁଡିକ ମଧ୍ୟରେ ୫ଟି କାମେଶୂର ମଲ୍ଲିକ, ସୁଶାନ୍ତ ମଲ୍ଲିକଙ୍କ ୩ଟି ବଳଦ ଓ ମହେନ୍ଦ୍ର ମଲ୍ଲିକଙ୍କ ୨ଟି ବଳଦ ଉପରେ ବଜ୍ରାଘାତ ହୋଇଥିଲା । ଖବର ପାଇ ମୋହନା ଗୋଷ୍ଠୀ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଅଧକାରୀ ବିରେନ୍ଦ୍ର ପଣ୍ଡା ଘଟଣାସ୍ଥଳେ ପହଞ୍ôଚ ଅନୁଧ୍ୟାନ କରିବା ସହ ବ୍ୟବଚ୍ଛେଦ କରିଥିଲେ । କ୍ଷତିଗ୍ରସ୍ତ ବଳଦ ମାଲିକଙ୍କୁ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ମୋହନା ଅତିରିକ୍ତ ତହସିଲଦାର ଆଶିଷ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ