ବଜ୍ରାଘାତରେ ୧୫ ଗୋରୁ ମୃତ
ଯୋଡ଼ା (ଯୁଗାଦ୍ଦ) କେନ୍ଦୁଝର ଜିଲା ଯୋଡା ବ୍ଲକ ଅନ୍ତର୍ଗତ ରୁଗୁଡି ଗ୍ରାମରେ ଗୁରୁବାର ଦିନ ବଜ୍ରାଘାତ ଯୋଗୁ ୧୫ ଟି ଗୋରୁ ଙ୍କର ମୃତ୍ୟୁ ଘଟିଥିବା ଖବର ହସ୍ତଗତ ହୋଇଛି । ଯୋଡା ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ମାଧବ ଚୌଧୁରୀ ଙ୍କଠାରୁ ମିଳିଥିବା ସୂଚନାନୁଯାୟୀ ଜଣାପଡିଛି ଯେ, ଗତ ଗୁରୁବାର ଦିନ ପ୍ରାୟ ୧୨.୩୦ ମିନିଟ ସମୟରେ ବଜ୍ରପାତ ହେବାରୁ ଉକ୍ତ ଗ୍ରାମର ପ୍ରାୟ ୧୦ ଜଣ ଲୋକଙ୍କର ୧୫ ଟି ଗୃହପାଳିତ ଗୋରୁ ଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଯୋଡା ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ଚୌଧୁରୀ ଘଟଣାସ୍ଥଳକୁ ଯାଇ ଏହାର ଅନୁଧ୍ୟାନ କରିଥିଲେ ଏବଂ ଜିଲା ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପକ୍ଷରୁ ଏହାର କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ସେ ସୂଚନା ଦେଇଛନ୍ତି ।