ବଜ୍ରାଘାତରେ ୨ ମୃତ

ମୟୂରଭଞ୍ଜ , (ଯୁଗାବ୍ଦ ନ୍ୟୁଜ) : ମୟୂରଭଞ୍ଜ ଜିଲ୍ଲା ବଡସାହି ଅଂଚଳରେ ଶନିବାର ଅପରାହ୍ନରେ ବଜ୍ରାଘାତରେ ୨ ଜଣଙ୍କର ମୃତ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ବୁଢାବଳଙ୍ଗ ନଦୀର ନିଶ୍ଚିତପୁର ଘାଟରୁ ଟ୍ରାକ୍ଟର ଯୋଗେ ବାଲି ଲୋଡ କରୁଥିବା ସମୟରେ ବଜ୍ରାଘାତ ହୋଇଥିଲା ଏହି ବଜ୍ରାଘାତରେ ଟ୍ରାକ୍ଟର ଚାଳକଙ୍କ ସମେତ ଜଣେ ଆହାତ ହୋଇଥିଲେ । ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତିକରାଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଦୁଇ ଜଣ ଯୁବକ ବେଲପଡା ଗ୍ରାମର ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ