ବଜ୍ରାଘାତ ପୀଡିତଙ୍କୁ ଭେଟିଲେ ବିଧାୟକ
କଟକ,(ଶ୍ରୀନିବାସ ରାଉତ):ବଜ୍ରାଘାତରେ ଗୋବିନ୍ଦପୁର ଗ୍ରାମପଞ୍ଚାୟତ ର ଶବରପଲ୍ଲୀ ଗ୍ରାମର ଭାଗ୍ୟଧର ଦେହୁରୀ ଘର ପୋଡ଼ି ଯାଇଥିଲା | ଗତ କିଛି ଦିନ ତଳେ ସୋସିଆଲ ମିଡ଼ିଆ ମାଧ୍ୟମରେ ଏହା ପ୍ରଚାର ପ୍ରସାର ହେବା ପରେ ଖବର ପାଇ ସ୍ଥାନୀୟ ବିଧାୟକ ପ୍ରସାନ୍ତ ବେହେରା ବିଳମ୍ବ ନକରି ପରିବାର ବର୍ଗଙ୍କ ପାଖରେ ପହଞ୍ଚିଥିଲେ ଏବଂ ପରିବାରବର୍ଗଙ୍କୁ ଧର୍ଯ୍ୟହରା ନହେବା ପାଇଁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରି ଥିଲେ ଏବଂ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଜରିଆରେ ତୁରନ୍ତ ଏ ଅସହାୟ ହୋଇ ପଡିଥିବା ପରିବାରକୁ ସହାୟତା ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି ।