ବଜ୍ରାପାତରେ ଭାଙ୍ଗିଲା ଲକ୍ଷ୍ମୀନରାୟଣ ମନ୍ଦିର ଚୁଡା
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଓରାଳି ଠାରେ ଥିବା ଲକ୍ଷ୍ମୀନାରାୟଣ ମନ୍ଦିରର ଚୁଡା ବଜ୍ରପାତରେ ଭାଙ୍ଗି ଯାଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଆଜି ଅପରାହ୍ନରେ ବଜ୍ରପାତ ହୋଇଥିଲା । ଏହି ବଜ୍ରପାତରେ ମନ୍ଦିର ଚୁଡାର ୩ରୁ ୪ଫୁଟ ଓସାରର ଭାଙ୍ଗି ଯିବା ସହ ଅନେକ ସ୍ଥାନରେ ଫାଟ ହେବାସହ ଇଟା ସବୁ ଖସିପଡିଛି । ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆଶଙ୍କା ଖେଳିଯାଇଛି ।


