ବଜ୍ର ଘାତରେ ଦଶ ଛେଳିମୃତ

ଚିକିଟି, (କୁରେଶୁ ସାହୁ):ଗଂଜାମ ଜିଲ୍ଲା ଅନ୍ତର୍ଗତ ଚିକିଟି ବ୍ଲକ ନୂଆପଡା ଗ୍ରାମରେ ଆଜି ଏକ ଅଘଟଣ ଘଟିଛି l ଆଜି ମଧ୍ୟାହ୍ନ ଦୁଇ ପ୍ରହର ବେଳେ ନୂଆପଡା ର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପଛପଟ ବରଗଛ ମୂଳ ରେ ଦୁଇ ଗୋଠ ଛେଳି ଚରୁଥିବା ବେଳେ ହଠାତ ମେଘବର୍ଷା ଆସିଥିଲା l କିଛି ସମୟ ବର୍ଷା ହେଲା ପରେ ବାରମ୍ବାର ବଜ୍ରପାତ ହୋଇଥିଲା ଏହି ବଜ୍ର ଘାତରେ ଗୋଠର ଦଶ ଟି ଛେଳି ମୃତୁବରଣ କରିଥିବା ବେଳେ ଛେଳି ଜଗୁଆଳି ଏମ ଖଲିଆ ଅଳ୍ପେକେ ବର୍ତ୍ତି ଯାଇଥିବା ପ୍ରକାଶ ପାଉଛି l ଏହି ଘଟଣା ଘଟାବାପରେ ଛେଲିଜଗୁଆଳି ଦୁଃଖରେ ଭାଙ୍ଗିପଡିଛି lପ୍ରଣୀଧନ କେନ୍ଦ୍ରର କୋଡିଏ ମିଟର ଦୂରରେ ଘଟଣା ଘଟିଥିଲେମଧ୍ୟ ଉକ୍ତ ଅଧିକାରୀ ଏଠାରେ ନଥିବା ହେତୁ ପୀଡିତ ଚାଷୀ ଦିଗପହଣ୍ଡି ବ୍ଲକର ବୋମାକେଇ ପ୍ରଣୀଧନ ଭାରପ୍ରାପ୍ତ ଅଧିକାରୀଙ୍କ ସହାୟତାରେ ଶବ ବ୍ୟବଛେଦ କରାଇଥିଲେ l ପଶୁ ଡାକ୍ତର ସିଦ୍ଧାନ୍ତ ଶଙ୍କର ପାଣିଗ୍ରହୀ ଙ୍କ ତ୍ବାଧାନରେ ଶବ ବ୍ୟବଛେଦ କରାଗଲା l ଏଥିର ସହଯୋଗୀ ରୂପେ ପ୍ରlଣୀଧନ ନିରକ୍ଷକ ବାଳକୃଷ୍ଣ ପ୍ରଧାନ,ସୀମାଞ୍ଚଳ ଗୋୖଡ଼ ଥିଲେ l ଉକ୍ତ ଚାଷୀଙ୍କୁ ସରକାରୀ ସହଯୋଗ କିଛି ମିଳିଲେ ସେ ତାର ଋଣ ପରିଶୋଧ କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ