ବଞ୍ଚିଥିବା ଯାଏ କରିବେ ଅଭିନୟ
ମୁମ୍ବାଇ: ବଲିଉଡ୍ ନାୟିକା କରିନା କପୁର ଖାଁ ବେବୋ ନାଁରେ ବେଶ୍ ପରିଚିତ । ତାଙ୍କ ଅଭିନୟକୁ ନେଇ ସେ ଯେତିକି ଚର୍ଚ୍ଚିତ ତାଙ୍କ ପର୍ସନାଲ ଲାଇଫକୁ ନେଇ ମଧ୍ୟ ସେ ସେତିକି ଚର୍ଚ୍ଚିତ । ନିକଟରେ ଏକ ସାକ୍ଷାତକାରରେ କରିନା କହିଛନ୍ତି, ଅଭିନୟ ପାଇଁ ସେ ଜନ୍ମ ହୋଇଛନ୍ତି ଆଉ ବଞ୍ଚିଥିବା ପର୍ଯ୍ୟନ୍ତ ଅଭିନୟ କରିବେ । ଏମିତିରେ ତ ସେ କଳାକାର ପରିବାରରେ ଜନ୍ମ । ଆଉ କଳାକାର ପରିବାରର ପିଲା ହାଇ ଅଭିନୟକୁ ଛାଡିପାରିବେ ବା କିପରି । ପ୍ରଥମେ ଅଭିଶେକ ବଚ୍ଚନଙ୍କ ବିପକ୍ଷର ନାୟିକା ସାଜି ଫିଲ୍ମ “ରିଫ୍ୟୁଜି’ରେ ପ୍ରଥମେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏହି ନାୟିକା । ଏହାପରେ “ଉଡତା ପଞ୍ଜାବ’, “ବିରେ ଦି ୱେଡିଙ୍ଗ’, “ଚମେଲି’, “ଅଶୋକା’ ଭଳି ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟିଦେଇ ବିଟାଉନରେ ସେ ନିଜପାଇଁ ସୃଷ୍ଟି କରିଛନ୍ତି ଏକ ସ୍ୱତନ୍ତ୍ର