ବଞ୍ଚିବା ପାଇଁ ବୃଦ୍ଧ ଦମ୍ପତିଙ୍କ ସଂଘର୍ଷ ;କୋରନା ଛଡାଇନେଲା ବୃଦ୍ଧଙ୍କ ବଂଚିବାର ରାହା

ଭଞ୍ଜନଗର,(ସନ୍ତୋଷ କୁମାର ଜେନା) : ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ରାତା ରାତି ଚର୍ଚ୍ଚାକୁ ଆସିଥିଲା ଦିଲ୍ଲୀର ‘ବାବା କା ଢାବା’ । ଏହା ସହିତ ଭାଗ୍ୟ ବଦଳିଯାଇଥିଲା ଉକ୍ତ ବୃଦ୍ଧ ଦମ୍ପତ୍ତିଙ୍କର ।ତେବେ ଦେଶରେ କେବଳ ଯେ ବାବା କା ଢାବା ନୁହେଁ। ତାଙ୍କ ପରି ଅନେକ ବୃଦ୍ଧ ଦମ୍ପତି ନିଜର ପେଟକୁ ଦୁଇ ଓଳା ଦାନା ଯୋଗାଡ କରିବା ପାଇଁ ପ୍ରତିଦିନ ଏଭଳି ସଂଘର୍ଷ ଜାରି ରଖିଛନ୍ତି । ସେହିଭଳି ଜଣେ ଦମ୍ପତି ହେଉଛନ୍ତି ଭଞ୍ଜନଗର ସହରରେ ଏକ ଠେଲା ଗାଡିରେ ଜଳଖିଆ ଦୋକାନ କରିଥିବା ବୃଦ୍ଧ ସୀତାରାମ ଓ ତାଙ୍କ ଧର୍ମପତ୍ନୀ ସରୋଜିନୀ । ଦୀର୍ଘ ୪୦ ବର୍ଷ ହେବ ‌ଠେଲା ଗାଡିରେ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ସୀତାରାମଙ୍କ ଦୋକାନରେ ‌କରେନା କଟକଣା କୋହଳ ହେବା ପରଠାରୁ ଆଉ ପୂର୍ବ ଭଳି ଗ୍ରାହକ ହେଉନଥିବା କୋହ ଭରା କଣ୍ଠରେ ପ୍ରକାଶ କରିଛନ୍ତି। ତଥାପି ବଞ୍ଚିବା ପାଇଁ ବାଧ୍ୟ‌ ହୋଇ ଠେଲା ଲଗାଇ ଗ୍ରାହାକଙ୍କ ଅପେକ୍ଷାରେ ରହିବାକୁ ପଡୁଛି ବୋଲି ପ୍ରକାଶ କରିଛନ୍ତି ଏହି ଦମ୍ପତି।ଭଞ୍ଜନଗର ଏନ୍‌ଏସି ଅଧିନ ଭେଜିପୁଟ ପାୱାର୍‌ ହାଉସ୍ ଛକ ନିକଟରେ ସୀତାରାମ ପଣ୍ଡାଙ୍କ ଘର(୭୨) । ନିଜ ଘର ଠାରୁ କିଛି ଦୂର ଏଲ୍‌ଆଇସି କଲୋନୀ ଛକ ଠାରେ ଦୀର୍ଘ ୪୦ ବ‌ର୍ଷ ଧରି ପ୍ରତିଦିନ ଅପରାହ୍ନ ଠାରୁ ରାତି ଯାଏଁ ଜଳଖିଆ ପ୍ରସ୍ତୁତ କରି ବିକ୍ରି କରନ୍ତି । ଏଥିରେ ତାଙ୍କୁ ସହଯୋଗ କରିନ୍ତି ତାଙ୍କ ଧର୍ମ ପତ୍ନୀ ସରୋଜିନୀ ପଣ୍ଡା (୬୫)। ସୀତାରାମଙ୍କ ତିନୋଟି ଝିଅ ଓ ଦୁଇଟି ପୁଅ ତିନୋଟି ଝିଅ ବିବାହ କରିସାରିଥିବା ବେଳେ ବଡ଼ ଝିଅର ସ୍ବାମୀର ମୃତ୍ୟୁ ଘଟିବାରୁ ଆସି ସେ ବାପା ମାଆଙ୍କ ସହ ରହୁଛି । ପୂର୍ବରୁ ସାନ ପୂଅର ମଧ୍ୟ ମୃତ୍ୟୁ ଘଟିସାରିଥିବା ବେଳେ ବଡ ପୁଅ ଘର ସାମ୍ନାରେ ଏକ ଚାହା ଦୋକାନ କରି ପରିବାର ପ୍ରତିପୋଷଣ କରୁଛନ୍ତି । ବିଗତ ୧୨-୧୪ ବର୍ଷ ପୂର୍ବେ ସୀତାରାମଙ୍କ ଏକ ଚାଳ ଘର ରହିଥିବା ବେଳେ ସେହି ସମୟରେ ଏକ ଦୁର୍ଘଟଣାରେ ତାଙ୍କର ଚାଳ ଘରଟି ସଂପୂର୍ଣ୍ଣ ପୋଡିଯିବା ସହ ସମସ୍ତ ଆସବା ପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା। ଏହାପରେ ‌ସେ ବହୁ କଷ୍ଟରେ ଏକ ଛୋଟିଆ ଘର ତିଆରି କରିଥିଲେ। ମାତ୍ର ୪ ହାତ ଯାଗାରେ ପୁରା ପରିବାର ରହିବା ସହ ଅତ୍ୟନ୍ତ କଷ୍ଟରେ ଘର ଚଳାଉଥିବା ସେ ପ୍ରକାଶ କରିଛନ୍ତି।ସୀତାରାମ ପ୍ରତିଦିନ ଏକ ଠେଲା ଗାଡ଼ିରେ ଆଳୁଚପ, ସିଙ୍ଗଡା, ପିଆଜି, ବରା ଆଦି ପ୍ରସ୍ତୁତ କରି ବିକ୍ରି କରୁଥିବା ବେଳେ ପୂର୍ବରୁ ଭଲ ବ୍ୟବସାୟ ହେଉଥିଲା । ଦିନକୁ ପ୍ରାୟ ୧୦୦୦ ରୁ ୧୫୦୦ ଟଙ୍କାର ବ୍ୟବସାୟ ହେଉଥିବା ବେଳେ ଯାହା ଲାଭ ମିଳୁଥିଲା ପରିବାର ସେଥିରେ ଦୁଖସୁଖରେ କଟିଯାଉଥିଲା। କିନ୍ତୁ କରୋନା ପାଇଁ ଲକ୍‌ଡାଉନ୍‌ ଜାରି ହେବାରୁ ଦୋକାନ ବନ୍ଦ ହୋଇଗଲା ରୋଜଗାର ସଂପୂର୍ଣ୍ଣ ଠପ୍‌ ହୋଇଗଲା। ବୟସାଧିକ ହେବାରୁ ବାର୍ଦ୍ଧକ୍ୟ ଜନିତ ରୋଗ ସହ ଦୀର୍ଘ ସମୟ ଧରି ଛିଡା ହୋଇ ବ୍ୟବସାୟ କରିବାରୁ ଅଣ୍ଟା ବ୍ୟଥା ସହ ଗୋଡ଼ର ଅସ୍ତ୍ରୋପଚାର କରିବାକୁ ପଡ଼ିଛି। ଡାକ୍ତର ଆରାମ କରିବା ପାଇଁ ପରାମର୍ଶ ଦେଇଥିଲେ ମଧ୍ୟ କର୍ମ ତତ୍ପର ସୀତାରାମ ସ୍ତ୍ରୀ ସରୋଜିନୀଙ୍କ ସହ ପ୍ରତିଦିନ ଠେଲା ଧରି ବାହରି ପଡନ୍ତି ରୋଜଗାର ଆଶାରେ । ଜଳଖିଆର ମାନ ପୂର୍ବବତ୍‌ ରହିଥିବା ବେଳେ ପୂର୍ବପରି କରୋନା ଭୟରେ ଗ୍ରାହକ ‌ଆସୁନଥିବା ସେ କହିଛନ୍ତି। ତଥାପି ପେଟକୁ ଦାନା ଯୋଗାଡ଼ କରିବା ପାଇଁ ଯେମିତି ଦୋକାନ ଖୋଲିବାକୁ ପଡୁଛି ବୋଲି ସୀତାରାମ କହିଛନ୍ତି। କେବଳ ଯେ,‌ ସୋସିଆଲ୍‌ ମିଡିଆରେ କମେଣ୍ଟ୍ ଓ ଲାଇକ୍‌ ଭିତରେ ନିଜକୁ ସୀମିତ ନରଖି ନିଜ ଆଖ ପାଖରେ ବାବା କା ଢାବା ଭଳି ଅନେକ ଦମ୍ପତିଙ୍କୁ ସମସ୍ତଙ୍କ ସହଯୋଗର ହାତ ବଢାଇବାର ଆବଶ୍ୟକତା ରହିଛି ।ତେବେ ଦେଲ୍ହୀରେ ସୋସିଆଲ ମେଡିଆ ରେ ଭାଇରଲ ହେଲା ପରେ ବାବା କା ଢ଼ାବା ର ଭାଗ୍ୟ ବଦଳି ଯାଇଥିଲା |ଏବେ ଦେଖିବାର ବାକି ରହିଲା ଭଞ୍ଜନଗର ଲୋକ ମାନେ କେତେ ତତ୍ପର ଦେଖାଉଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ