ବଞ୍ଚୋଛକ ନିକଟରେ ପିକଅପ୍ ଧକ୍କାରେ ଦୁଇ ଗୁରୁତର

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର-ଭଦ୍ରକ ରାସ୍ତାର ବଞ୍ଚୋଛକ ନିକଟରେ ଆଜି ସନ୍ଧ୍ୟାରେ ଏକ ପିକଅପ୍ ଧକ୍କାରେ ଦୁଇଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ସୁଚନାରୁ ଜଣାଯାଇଛି ଯେ ଭଦ୍ରକ ଅଞ୍ଚଳର ଦୁଇଜଣ ପତି ପତ୍ନୀ ନୁଆବର୍ଷ ପାଇଁ ଘଟଗାଁ ମା ତାରିଣୀଙ୍କ ନିକଟକୁ ଦର୍ଶନ ପାଇଁ ଯାଇଥିଲେ । ସେଠାରୁ ବାଇକ ଯୋଗେ ଫେରୁଥିବା ସମୟରେ ବଞ୍ଚୋ ଛକ ନିକଟରେ ସମ୍ମୁଖରୁ ଯାଉଥିବା ଏକ ପିକଅପ୍ ତାଙ୍କୁ ଧକ୍କା ଦେଇ ଦ୍ରୁତଗତିରେ ପଳାଇଥିଲା । ଫଳରେ ବାଇକରେ ଥିବା ଉଭୟ ପତିପତ୍ନୀ ରାସ୍ତା ତଳକୁ ପଡିଯାଇ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାରକରି ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ପରବର୍ତ୍ତୀ ସମୟରେ ଉଭୟଙ୍କୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ